ଓଡିଶା

odisha

ETV Bharat / bharat

ଦିଶା ଆଇନରେ ଦୁଷ୍କର୍ମକାରୀକୁ ଦଣ୍ଡ ଦେବେ ଦୁଇ ମହିଳା ଅଧିକାରୀ - rape cases

ଦିଶା ଆଇନରେ ଦୁଷ୍କର୍ମକାରୀକୁ ଦଣ୍ଡ ଦେବେ ଦୁଇ ମହିଳା ଅଧିକାରୀ। ଆନ୍ଧ୍ରପ୍ରଦେଶ ପୋଲିସରେ ପାଇଲେ ଦିଶା ସ୍ପେଶାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଆଗକୁ ପଢନ୍ତୁ...

ଦିଶା ଆଇନରେ ଦୁଷ୍କର୍ମକାରୀକୁ ଦଣ୍ଡ ଦେବେ ଦୁଇ ମହିଳା ଅଧିକାରୀ
ଡିଜାଇନ ଫଟୋ

By

Published : Jan 3, 2020, 11:11 PM IST

ଅମରାବତୀ: ଦୁଷ୍କର୍ମ ଭଳି ଅପରାଧ ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଦୁଷ୍କର୍ମକାରୀକୁ ଦଣ୍ଡ ଦେବା ନେଇ ଆନ୍ଧ୍ରପ୍ରଦେଶ ସରକାର ନୂଆ ଆଇନ ଆରମ୍ଭ କରିଥିଲେ। ନିକଟରେ ସେ ଏନେଇ ଘୋଷଣା କରିଛନ୍ତି। ଆଜି ନୂତନ ଆଇନ ଦିଶାର ପ୍ରଣୟନ ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ବିଭାଗରେ ଦୁଇ ଜଣ ମହିଳା ପୋଲିସଙ୍କୁ ମିଳିଛି ନିଯୁକ୍ତି ।

ପଡୋଶୀ ରାଜ୍ୟ ତେଲେଙ୍ଗାନା ଲେଡି ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟାର ଦୁଇ ସପ୍ତାହ ପରେ ଦିଶା ବିଲ ଡିସେମ୍ବର 13 ତାରିଖରେ ଗୃହରେ ପାରିତ ହୋଇଛି । ତେବେ ଆଇଏସ ଡ.କ୍ରୀତିକା ଶୁକ୍ଲା ଏବଂ ଆଇପିଏସ ଅଫିସର ଏମ ଦୀପିକାଙ୍କୁ ମିଳିଛି ନିଯୁକ୍ତି । ପୂର୍ବରୁ କ୍ରୀତିକା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିବା ବେଳେ ଦୀପିକା କର୍ଣ୍ଣୁଲ ପୋଲିସର ଆଡିଶନାଲ ସୁପରିଟେଣ୍ଡେଟ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଉଭୟଙ୍କୁ ଦିଶା ସ୍ପେଶାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।

ଏହି ନୂଆ ଆଇନ ଅନୁସାରେ ଦୁଷ୍କର୍ମକାରୀକୁ 21 ଦିନ ଭିତରେ ମିଳିବ ଦଣ୍ଡ । ଉପଯୁକ୍ତ ପ୍ରମାଣ ଥିଲେ ଦୋଷୀକୁ ମିଳିବ ଫାଶୀ । ଏହାସହ ରାଜ୍ୟର ପ୍ରାୟ 13 ଜିଲ୍ଲାରେ ସ୍ପେଶାଲ କୋର୍ଟ ରଖାଯିବ। ଯାହା ଦ୍ବାରା ମହିଳା, ଶିଶୁଙ୍କ ଉପରେ ହେଉଥିବା ମାନସିକ ଓ ଶାରିରୀକ ନିର୍ଯାତନା, ସୋସିଆଲ ମିଡିଆ ଅପରାଧ ସହ ଏସିଡ ଆକ୍ରମଣକାରୀଙ୍କୁ ମଧ୍ୟ ଦିଆଯିବ ଦଣ୍ଡ।

ABOUT THE AUTHOR

...view details