ଓଡିଶା

odisha

ଚୀନ ସୈନ୍ୟ ପ୍ରତ୍ୟାହାର ଦାବିକୁ ଖାରଜ କଲା ଭାରତ

By

Published : Jul 30, 2020, 8:46 PM IST

ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟ ଆଗକୁ ବଢାଇବା ପାଇଁ ନିକଟ ଭବିଷ୍ୟତରେ ଉଭୟ ଦେଶର ବରିଷ୍ଠ କମାଣ୍ଡୋମାନେ ବୈଠକ କରିବେ ବୋଲି ଭାରତ କହିଛନ୍ତି ।

ଭାରତ
ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଥିବା ଅଧିକାଂଶ ସ୍ଥାନରୁ ଚୀନ ସୈନ୍ୟ ପ୍ରତ୍ୟାହାର ଦାବିକୁ ଖାରଜ କରିଛି ଭାରତ । ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି । ଭାରତ ଏବଂ ଚୀନର ବରିଷ୍ଠ କମାଣ୍ଡୋମାନେ ନିକଟ ଭବିଷ୍ୟତରେ ସାକ୍ଷାତ କରି ପୂର୍ବ ଲଦାଖରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବେ ବୋଲି ମନ୍ତ୍ରାଳୟ କହିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏନେଇ କହିଛନ୍ତି, ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଦ୍ୱିପାକ୍ଷିକ ସମ୍ପର୍କର ଆଧାର ଅଟେ। ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ସୈନ୍ୟଙ୍କ ଶୀଘ୍ର ପ୍ରତ୍ୟାହାର ଜରୁରୀ ବୋଲି ଭାରତ ଏବଂ ଚୀନ ସହମତ ହୋଇଥିଲେ । ଏହା ଦ୍ବାରା ଶାନ୍ତିର ପୁନରୁଦ୍ଧାର ହୋଇପାରିବ ବୋଲି ଉଭୟ ପକ୍ଷ ମତ ରଖିଥିଲେ । ଏହି ଦିଗରେ କିଛି ଅଗ୍ରଗତି ହୋଇଛି କିନ୍ତୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟ ଆଗକୁ ବଢାଇବା ପାଇଁ ନିକଟ ଭବିଷ୍ୟତରେ ଉଭୟ ଦେଶର ବରିଷ୍ଠ କମାଣ୍ଡୋମାନେ ବୈଠକ କରିବେ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ବେଜିଂ ଦାବି କରିଥିଲା ଯେ, ଚୀନ ଏବଂ ଭାରତର ଫ୍ରଣ୍ଟଲାଇନ ସୈନ୍ୟମାନେ ସୀମାରେ ଥିବା ଅଧିକାଂଶ ସ୍ଥାନରୁ ପଛକୁ ହଟିବା ପ୍ରକ୍ରିୟା ଶେଷ କରିଛନ୍ତି । ଉଭୟ ସେନା ମଧ୍ୟରେ ଭୂମି ସ୍ତରରେ ଉତ୍ତେଜନା କମିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ଏନେଇ କହିଥିଲେ, ଭାରତ ଏବଂ ଚୀନ ସୈନ୍ୟ ପୂର୍ବ ଲଦାଖରେ ଗଲୱାନ ଘାଟି, ହଟ ସ୍ପ୍ରିଙ୍ଗ ଏବଂ ଅନ୍ୟ କେତେକ ଅଞ୍ଚଳରୁ ପଛକୁ ହଟିବା ପ୍ରକ୍ରିୟା ଶେଷ କରିଛନ୍ତି । କେବଳ ପେଙ୍ଗଙ୍ଗ ସୋ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ବାକି ରହିଥିବା ସେ କହିଥିଲେ ।

ABOUT THE AUTHOR

...view details