ନୂଆଦିଲ୍ଲୀ: ରାଜସ୍ବ ଗୁଇନ୍ଦା ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢାଉ କରି 42 କେଜିର ସୁନା ବିସ୍କୁଟ ଜବତ କରିଛି । ଏଥିରେ ସମ୍ପୃକ୍ତ 10 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ବିଭାଗ ।
16 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ବିସ୍କୁଟ ଜବତ, 10 ଗିରଫ - Directorate of Revenue Intelligence gold news
ବିଭିନ୍ନ ସ୍ଥାନରେ ଚଢାଉ କରି 42 କେଜି ସୁନା ବିସ୍କୁଟ ଜବତ କରିବା ସହ ଏଥିରେ ସମ୍ପୃକ୍ତ 10 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ବିଭାଗ ।
ଫଟୋ ସୌଜନ୍ୟ:ଏଏନଆଇ
ଗତ ଡିସେମ୍ବର 8 ତାରିଖରେ ରାଜସ୍ବ ଗୁଇନ୍ଦା ବିଭାଗ ଦ୍ବାରା ରାୟପୁର, କୋଲକାତା, ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉବେଳେ 42 କେଜି ସୁନା ବିସ୍କୁଟ, 500 ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିଲା। ଏହାସହ ଏହି ଘଟଣାରେ ସମ୍ପୃକ୍ତ 10 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୁଇନ୍ଦା ବିଭାଗ । ତେବେ ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ 16.5 କୋଟି ହେବ ବୋଲି ଜଣାପଡିଛି ।