ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମହାସଂଗ୍ରାମ ମଧ୍ୟରେ ଅଭିନେତ୍ରୀଙ୍କ ବିମାନଯାତ୍ରାକୁ ନେଇ ଉଠିଛି ବିବାଦ । ସେପ୍ଟମ୍ବର 9ରେ କଙ୍ଗନା ରଣାଓ୍ବତ ଇଣ୍ଡିଗୋ ଫ୍ଲାଇଟରେ ଚଣ୍ଡିଗଡରୁ ମୁମ୍ବାଇ ଯାତ୍ରା କରିଥିଲେ । ଏହି ସମୟରେ ବିମାନ ଭିତରେ ହୋଇଥିଲା ଫଟୋ ଏବଂ ଭିଡିଓଗ୍ରାଫି । ତେବେ ଏହାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସକୁ ଜବାବ ମାଗିଛି ବେସାମରିକ ବିମାନ ଚଳାଚଳ ବିଭାଗ । ବିମାନରେ ସାମାଜିକ ଦୂରତା ନଥିବା ଅଭିଯୋଗ କରି ମଧ୍ୟ ଡିଜିସିଏ ପକ୍ଷରୁ ରିପୋର୍ଟ ମଗାଯାଇଛି ।
କଙ୍ଗନାଙ୍କ ମୁମ୍ବାଇ ଯାତ୍ରା, ଇଣ୍ଡିଗୋକୁ ରିପୋର୍ଟ ମାଗିଲା DGCA - କଙ୍ଗନା ମୁମ୍ବାଇ ଯାତ୍ରା
ସେପ୍ଟମ୍ବର 9ରେ କଙ୍ଗନା ରଣାଓ୍ବତ ଇଣ୍ଡିଗୋ ଫ୍ଲାଇଟରେ ଚଣ୍ଡିଗଡରୁ ମୁମ୍ବାଇ ଯାତ୍ରା କରିଥିଲେ । ଏହି ସମୟରେ ବିମାନ ଭିତରେ ହୋଇଥିଲା ଫଟୋ ଏବଂ ଭିଡିଓଗ୍ରାଫି । ତେବେ ଏହାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସକୁ ଜବାବ ମାଗିଛି ବେସାମରିକ ବିମାନ ଚଳାଚଳ ବିଭାଗ । ଅଧିକ ପଢନ୍ତୁ...
ଡିଜିସିଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କିଛି ଗଣମାଧ୍ୟମକର୍ମୀ ବିମାନ ଭିତରେ ଲଗାଲଗି ହୋଇ ଛିଡା ହୋଇଥିଲେ । ଏହା ସାମାଜିକ ଦୂରତା ନିୟମର ଉଲ୍ଲଂଘନ । ଅନ୍ୟପକ୍ଷେ ବିମାନ ଭିତରେ ଫଟୋ ଓ ଭିଡିଓଗ୍ରାଫି ମଧ୍ୟ ହୋଇଛି । ଏହି ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସକୁ ରିପୋର୍ଟ ମଗାଯାଇଥିବା ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କଡା ସୁରକ୍ଷା ମଧ୍ୟରେ ନିଯାଇଯାଇଥିଲା । ହିମାଚଳପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ତାଙ୍କୁ ଯୋଗାଇଦିଆଯାଇଥିଲା । ତେବେ କଙ୍ଗନାଙ୍କ ମୁମ୍ବାଇ ପହଞ୍ଚିବା ପୂର୍ବରୁ ତାଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ମହାରାଷ୍ଟ୍ର ସରକାରଙ୍କ । ତେବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଙ୍ଗନାଙ୍କ ମଣିକର୍ଣ୍ଣିକା କାର୍ଯ୍ୟାଳୟକୁ ମାଟିରେ ମିଶାଇଦେଇଥିଲା ବିଏମସି ।