କୋଲକାତା: ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଓ ତୃଣମୂଳ ସରକାର। ଶନିବାର ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟର ନନ୍ଦିଗ୍ରାମରେ ହେବାକୁ ଥିବା ସିଏଏ ଓ ଏନଆରସି ସଚେତନତା ରାଲିରେ ଯୋଗଦେବାକୁ ଯାଉଥିଲେ। ହେଲେ ସେମାନଙ୍କୁ ପୋଲିସ ଅଧାବାଟରୁ ଗିରଫ କରିନେଇଛି।
ପଶ୍ଚିମବଙ୍ଗ ବିଜେପି ସଭାପତି ଅଟକ - ବିଜେପି ସଭାପତି ଅଟକ
ସିଏଏ ସମର୍ଥନରେ ଦେଶବ୍ୟାପୀ ପ୍ରଚାର ଚଳାଇଛି ବିଜେପି। ଏହାକୁ ନେଇ ଏବେ ପଶ୍ଚିମବଙ୍ଗ ସରକାର ବିଜେପି ମୁହାଁମୁହିଁ ହୋଇଛନ୍ତି। ଏ ଘଟଣାରେ ପୁଣି ବିଜେପି ସଭାପତିଙ୍କୁ ଅଟକ ରଖିଛି ପୋଲିସ।

dilip ghosh
ଏହାକୁ ବିଜେପି କର୍ମୀ ବିରୋଧ କରିବାରୁ ବିଜେପି କର୍ମୀଙ୍କ ଉପରେ ୱାଟର କେନ ସହ ଟିୟର ଗ୍ୟାସ ମାଡ କରିଛି ପୋଲିସ। ଏହି ଘଟଣାକୁ ନେଇ ଏବେ ପୁଣି ଥରେ ବିଜେପି-ଟିଏମସି ମୁହାଁମୁହିଁ ହୋଇଛନ୍ତି।