ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ତାକତଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।
ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ
ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ତାକତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।
ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।
ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।