ଓଡିଶା

odisha

ETV Bharat / bharat

ଉମର ଖାଲିଦ ସମର୍ଥନରେ ବରିଷ୍ଠ ନେତା ଦିଗବିଜୟ ସିଂ - ଦିଗବିଜୟ ସିଂ

ସିଏଏ ଏବଂ ଏନଆରସିକୁ ନେଇ ଦିଲ୍ଲୀରେ ଘଟିଥିବା ହିଂସା ଘଟଣାରେ ଅଭିଯୁକ୍ତ ଉମର ଖାଲିଦଙ୍କ ସମର୍ଥନରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ଟ୍ବିଟ୍ କରିଛନ୍ତି।

ଉମର ଖାଲିଦଙ୍କ ସମର୍ଥନରେ ଟ୍ବିଟ୍ କଲେ ଦିଗବିଜୟ ସିଂ
ଉମର ଖାଲିଦଙ୍କ ସମର୍ଥନରେ ଟ୍ବିଟ୍ କଲେ ଦିଗବିଜୟ ସିଂ

By

Published : Sep 17, 2020, 4:00 PM IST

ଭୋପାଳ: ଉମର ଖାଲିଦଙ୍କୁ ସମର୍ଥନ କରି ଟ୍ବିଟ କଲେ ଦିଗବିଜୟ ସିଂ । ସିଏଏ ଏବଂ ଏନଆରସିକୁ ନେଇ ଦିଲ୍ଲୀରେ ଘଟିଥିବା ହିଂସାର ଅଭିଯୁକ୍ତ ଉମର ଖାଲିଦଙ୍କ ସମର୍ଥନରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ଟ୍ବିଟ୍ କରିଛନ୍ତି।

ଉମର ଖାଲିଦଙ୍କ ସମର୍ଥନରେ ଟ୍ବିଟ୍ କଲେ ଦିଗବିଜୟ ସିଂ

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ହର୍ଷ ମନ୍ଦର ମଧ୍ୟପ୍ରଦେଶ କ୍ୟାଡରର ଜଣେ ସଚ୍ଚୋଟ ଆଇଏଏସ ଅଧିକାରୀ । ମୁଁ ଗତ 35-40 ବର୍ଷ ଧରି ତାଙ୍କ ସହ ପରିଚିତ ଅଛି । ଯଦି ସେ ଉମର ଖାଲିଦଙ୍କ ସପକ୍ଷରେ ଅଛନ୍ତି, ମୁଁ ତାଙ୍କ ସହ ଅଛି, ଗାନ୍ଧୀବାଦୀ କେବେ ହିଂସାତ୍ମକ ହୋଇପାରିବେ ନାହିଁ ।

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ଦିଲ୍ଲୀ ହିଂସା ମାମଲାର ତଦନ୍ତ କରୁଥିବା ସ୍ପେଶିଆଲ ସେଲ ଉମର ଖାଲିଦଙ୍କୁ ଗିରଫ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details