ଓଡିଶା

odisha

ETV Bharat / bharat

୧୦୫ ବର୍ଷୀୟ ବୃଦ୍ଧାଙ୍କୁ କୋରୋନା ଲଢେଇ ଜିତାଇଲା ଯୋଗ - Kurnool

କୁର୍ନୁଲର ଜଣେ ୧୦୫ ବର୍ଷ ବୟସ୍କା ବୃଦ୍ଧା କୋରୋନାକୁ ମାତ ଦେଇଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଆତ୍ମବିଶ୍ୱାସ, ଉପଯୁକ୍ତ ଖାଦ୍ୟ, ଔଷଧ ଏବଂ ନିୟମିତ ଯୋଗ ଦ୍ୱାରା କୋରୋନକୁ ସହଜରେ ହରାଇବା ସମ୍ଭବ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

୧୦୫ବର୍ଷୀୟ ବୃଦ୍ଧାଙ୍କୁ କୋରୋନାଠୁ ଜିତାଇଲା ଉତ୍ତମ ଖାଦ୍ୟ ଏବଂ ପ୍ରତିଦିନ ଯୋଗ
୧୦୫ବର୍ଷୀୟ ବୃଦ୍ଧାଙ୍କୁ କୋରୋନାଠୁ ଜିତାଇଲା ଉତ୍ତମ ଖାଦ୍ୟ ଏବଂ ପ୍ରତିଦିନ ଯୋଗ

By

Published : Aug 9, 2020, 5:22 PM IST

ହାଇଦ୍ରାବାଦ: ଏବେ ବିଶ୍ବବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ମହାମାରୀ କୋରୋନା । ସଂକ୍ରମଣ ବଢ଼ୁଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଡ଼ରୁଛନ୍ତି। ଏହା ସହ ଅନେକ ସ୍ଥାନରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମୃତ୍ୟୁ ଭୟରେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ଏଭଳି ସ୍ଥିତିରେ କୁର୍ନୁଲର ଜଣେ ୧୦୫ ବର୍ଷ ବୟସ୍କା ବୃଦ୍ଧା କୋରୋନାକୁ ମାତ ଦେଇଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ବୃଦ୍ଧାଙ୍କ କୋରୋନାକୁ ହରାଇବାର କାହାଣୀ ଏବେ ଅନେକଙ୍କୁ କୋରୋନାର ମୁକାବିଲା ପାଇଁ ସାହାସ ଦେଇଛି।

କୁର୍ନୁଲ ସରକାରୀ ଜେନେରାଲ ହସ୍ପିଟାଲରୁ ଡିସଚାର୍ଜ ହେବାର ଦୁଇ ଦିନ ପରେ ବୃଦ୍ଧା କ‌ୋରୋନା ସହ ଲଢ଼େଇର ଅଭିଜ୍ଞତା ବଖାଣିଛନ୍ତି। କେବଳ ଆତ୍ମବିଶ୍ୱାସ, ଉପଯୁକ୍ତ ଖାଦ୍ୟ, ଔଷଧ ଏବଂ ନିୟମିତ ଯୋଗ ଦ୍ୱାରା କୋରୋନକୁ ସହଜରେ ହରାଇବା ସମ୍ଭବ ବୋଲି ସେ କହିଛନ୍ତି। ସେ ତାଙ୍କ ପୁଅ ସହ ରହୁଥିବା ବେଳେ ରହୁଥିବା ଅଞ୍ଚଳ କୁର୍ନୁଲର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ବୋଲି ଜଣା ପଡ଼ିଛି। ଯେଉଁଠାରେ କୋରୋନା ସଂଖ୍ୟା 100ରୁ ଉର୍ଦ୍ଧ୍ବ ।

ଗତ ମାସରେ ମୋହନମା କୋରୋନା ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଜୁଲାଇ ୧୩ରେ କୁର୍ନୁଲ ଜିଜିଏଚ୍ ରେ ଭର୍ତ୍ତି ହୋଇଥିଲେ। ଠିକ୍ ସମୟରେ ଔଷଧ ନେବା ଏବଂ ତାଙ୍କର ନିୟମିତ ଅଭ୍ୟାସ ଯେପରିକି ଧ୍ୟାନ କରିବା ଏବଂ ଉପଯୁକ୍ତ ଖାଦ୍ୟ ତାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କଲା | ସେ ଭୟ ନକରି ଡାକ୍ତରଖାନା କର୍ମଚାରୀଙ୍କ ସହ ସହଯୋଗ କରିଥିଲେ ବୋଲି ଜିଜିଏଚ୍ ଅଧୀକ୍ଷକ ଡାକ୍ତର ଜି ନରେନ୍ଦ୍ରନାଥ ରେଡ୍ଡୀ କହିଛନ୍ତି।

ABOUT THE AUTHOR

...view details