ଓଡିଶା

odisha

ETV Bharat / bharat

ସ୍ତନ୍ୟପାନ କରାଉଥିବା ମାଆଙ୍କ ପାଇଁ ଆହାର

ମାଆ କ୍ଷୀର ହେଉଛି ଛୁଆ ପାଇଁ ସବୁଠୁ ସ୍ୱାସ୍ଥ୍ୟକର ଆହାର । ଛୁଆ ଗରିଷ୍ଠ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ମାଆ କ୍ଷୀର ହିଁ ତା ପାଇଁ ଆହାର ହୋଇଥାଏ । କିନ୍ତୁ ଏହି କ୍ଷୀର ପାଇଁ ମାଆ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଏ । କ୍ଷୀର ନ ହେବା ଓ ଛୁଆକୁ ପୋଷଣ ନ ମିଳିବା ନେଇ ମାଆମାନେ ଚିନ୍ତାରେ ପଡିଥାନ୍ତି ।

ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ଆହାର
ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ଆହାର

By

Published : Sep 4, 2020, 10:38 AM IST

ମାଆ କ୍ଷୀର ହେଉଛି ଛୁଆ ପାଇଁ ସବୁଠୁ ସ୍ୱାସ୍ଥ୍ୟକର ଆହାର । ଛୁଆ ଗରିଷ୍ଠ ଖାଦ୍ୟ ଖାଇବା ପଯ୍ୟର୍ନ୍ତ ମାଆ କ୍ଷୀର ହିଁ ତା ପାଇଁ ଆହାର ହୋଇଥାଏ । କିନ୍ତୁ ଏହି କ୍ଷୀର ପାଇଁ ମାଆ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଏ । କ୍ଷୀର ନ ହେବା ଓ ଛୁଆକୁ ପୋଷଣ ନ ମିଳିବା ନେଇ ମାଆମାନେ ଚିନ୍ତାରେ ପଡିଥାନ୍ତି । ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ରାଜ୍ୟ ଲକ୍ଷମୀ ମାଧବମ କିଛି ଖାଦ୍ୟ ସାମଗ୍ରୀର ସୁପାରିଶ କରିଛନ୍ତି, ଯାହା କି ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ ବେଶ ଉପଯୋଗୀ ହେବ । ଗର୍ଭବତୀ ମହିଳାମାନଙ୍କ ପାଇଁ ଆୟୁର୍ବେଦ କ୍ଷୀର, ଘିଅ ଓ ଲହୁଣୀ ଯୁକ୍ତ ଖାଦ୍ୟ ସୁପାରିଶ କରେ । ମାଆ କ୍ଷୀର ସୃଷ୍ଟିରେ ସହାୟକ ହେଉଥିବା ରସଧାତୁ ପାଇଁ ଏସବୁ ଖାଦ୍ୟ ପୋଷଣ ଭାବେ କାମ କରନ୍ତି ।

ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ଆହାର

ସନ୍ତାନ ପ୍ରସବ ପରେ ମାଆମାନେ ପ୍ରତିଦିନ ଏକ ସନ୍ତୁଳିତ ଆହାର ଖାଇବା ଉଚିତ । ଆସନ୍ତୁ ମାଆମାନଙ୍କ କ୍ଷୀର ହେବା ପାଇଁ କଣ ସବୁ ଖାଦ୍ୟପାନୀୟ ଗ୍ରହଣ କରିବା ଉଚିତ, ତାହା ଉପରେ ନଜର ପକାଇବା..

ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ଆହାର

୧. ପାଣି: ଦିନସାରା ପ୍ରଚୁର ପରିମାଣରେ ପାଣି ପିଇବା ଦରକାର । ଏକାଥରକେ ବହୁ ପରିମାଣର ପାଣି ପିଇବା ଅପେକ୍ଷା ଦିନରେ ଅଳ୍ପ ଅଳ୍ପ କରି ପାଣି ପିଇବା ଜରୁରୀ । ଉଷୁମ ପାଣି ବି ପିଇଲେ ହେବ ।

୨. ପଇଡ ପାଣି: ପଇଡ ପାଣି,ଏପରିକି ନଡିଆ କ୍ଷୀର ପିଇଲେ ମାଆ କ୍ଷୀର ବୃଦ୍ଧି କରିବାରେ ସହାୟକ ହୁଏ । ଏହା ଦ୍ୱାରା ପୁଷ୍ଟିସାର ମିଳିବା ସହ ହାଇଡ୍ରେସନ ଭି ଭଲ ରହେ ।

୩. କ୍ଷୀର : କ୍ଷୀରରେ ଥାଏ ଏକାଧିକ ପୋଷଣ ଉପାଦାନ । ବିଶେଷ କରି ଏଥିରେ କ୍ୟାଲସିୟମ ଅଧିକ ପରିମାଣରେ ଥାଏ । ତେଣୁ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ କ୍ଷୀର ପିଇବା ଜରୁରୀ ।

୪. ଅଟା: ଅଟାରୁ ପ୍ରସ୍ତୁତ ଦଲିଆ ଭଳି ଖାଦ୍ୟ ଖାଇଲେ ମାଆକ୍ଷୀରର ପରିମାଣ ବୃଦ୍ଧି ହୋଇଥାଏ । ଓଟ୍‌ମିଲ୍ ବି ଖାଇବା ଉଚିତ ।

୫. ରୋଷେଇ ହେଉଥିବା ଖାଦ୍ୟରେ ଗୋଲମରିଚ,ଜିରା, ଡାଳଚିନି, ଅଜୱାଇନ ଆଦି ମିଶାଯିବା ଦରକାର । ଲଙ୍କା ଗୁଣ୍ଡ ଓ କଂଚାଲଙ୍କାରୁ ଦୂରେଇ ରହିବା ଦରକାର ।

୬. ଅଦା: ଅଦା ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହା ମଧ୍ୟ ସ୍ୱଭାବରେ ଆଂଟିଫଙ୍ଗାଲ୍ ଓ ଆଂଟିବ୍ୟାକଟେରିଆଲ୍ । ଦୈନନ୍ଦିନ ରୋଷେଇରେ ଏହାକୁ ବ୍ୟବହାର କରାଯାଇପାରେ ।

୭. ରସୁଣ: ରୋଷେଇ ଘରେ ରସୁଣ ସବୁବେଳେ ବ୍ୟବହାର ହୁଏ । ଏହା ମଧ୍ୟ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ହଜମ ପ୍ରକ୍ରିୟାରେ ସହାୟକ ହୁଏ । ରସୁଣ ଖାଇଲେ ମାଆ କ୍ଷୀର ବୃଦ୍ଧି ହୁଏ ।

୮. ମେଥି: ମେଥିରେ ଓମେଗା -୩ ଫ୍ୟାଟି ଏସିଡ୍ ବହୁଳ ପରିମାଣରେ ଥାଏ, ଯାହା କି ଛୁଆର ମସ୍ତିଷ୍କର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦୈନନ୍ଦିନ ରୋଷେଇରେ ମେଥିକୁ ମସଲା ଭାବେ ବ୍ୟବହାର କରାଯାଇପାରେ। ପାଣିରେ ମେଥି ମିଶାଇ ପିଇଲେ ଭଲ ।

୯.ପାନମଧୁରୀ: ପାନମଧୁରୀ ମାଆ କ୍ଷୀର ଅଧିକ ହେବାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟା ପାଇଁ ବି ଏହା ଏକ ଦରକାରୀ ପଦାର୍ଥ । ପାନମଧୁରୀ କି ଖାଲି ସେମିତି ଖାଇପାରିବେ, ନ ହେଲେ ୧୦୦ ଏମଏଲ୍ପା ଣିରେ ଅଧା ଚାମଚ ପାନମଧୁରୀ ଗୁଣ୍ଡ ମିଶାଇ ପିଇପାରିବେ ।

୧୦. ଫଳ: ଭାରତରେ ଉତ୍ପାଦନ ହେଉଥିବା ବିଭିନ୍ନ ଋତୁ କାଳୀନ ଫଳ ଖାଇବା ଦରକାର । ବିଶେଷ କରି ଡାଳିମ୍ବ ଭଳି ଫଳ ଖାଇଲେ ଏହା ରକ୍ତ ସଫା କରିବା ସହ ମାଆ କ୍ଷୀର ପରିମାଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୧୧. ରାଶି: ରାଶିରେ ଭରପୂର କ୍ୟାଲସିୟମ ଥାଏ । ହାଡକୁ ସବଳ କରିଥାଏ ରାଶି । ତେଣୁ ରାଶି ଖାଇଲେ ଉଭୟ ମାଆ ଓ ଛୁଆର ହାଡ ମଜବୁତ୍ ହୋଇଥାଏ ।

୧୨. ନଟ୍ସ: କାଜୁ, ବାଦାମ, ୱାଲନଟ୍ ଆଦି ଖାଇଲେ ଭଲ । ଏଗୁଡିକୁ ରାତିରେ ଭିଜାଇ ରଖି ସକାଳେ ବାଟି କ୍ଷୀରରେ ମିଶାଇ ପିଇଲେ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । କିଛି ଖାଦ୍ୟପଦାର୍ଥରୁ ଦୂରେଇ ରହିବାକୁ ବି ପରାମର୍ଶ ଦେଇଛନ୍ତି ଡକ୍ଟର ରାଜଲକ୍ଷ୍ମୀ । ଅଧିକ ମସାଲାଯୁକ୍ତ ଖାଦ୍ୟ, ଗରମ ଖାଦ୍ୟ, ରୁଟି, ବର୍ଗର,ପିଜା ଖାଇବା ମନା । ମଦ୍ୟପାନ, ଧୂମପାନ ଓ ତମ୍ବାଖୁରୁ ଦୂରେଇ ରହିବା ଉଚିତ । ସବୁଠୁ ବଡ କଥା ହେଲା ଯେ, ସନ୍ତାନ ପ୍ରସବ କରିଥିବା ମାଆମାନେ ସୁଷମ ଓ ସନ୍ତୁଳିତ ଆହାର ସହ ବିନା କୌଣସି ଅବସାଦରେ ରହିବା ଦରକାର ।

ABOUT THE AUTHOR

...view details