ଓଡିଶା

odisha

ETV Bharat / bharat

ନାଁ କୁ ମେଣ୍ଟ, ବିଜେପିକୁ ଟାର୍ଗେଟ କରୁଛି ସହଯୋଗୀ ଦଳ

ପାରିକରଙ୍କ ଚିତା ଲିଭିବା ପରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ପାରିଥାନ୍ତେ ଦାୟିତ୍ବ । କିନ୍ତୁ ରାତାରାତି ତରବରିଆ ଭାବେ ସରକାର ଗଢିବାକୁ ନିଷ୍ପତ୍ତି ନେଇଥିଲା ବିଜେପି । କ୍ଷମତା ହାସଲ ପାଇଁ ବିଜେପିର ଏହି ଖେଳ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛି ଶିବସେନା ମୁଖବନ୍ଧ ସାମନା ।

ଫାଇଲ ଫଟୋ

By

Published : Mar 20, 2019, 8:53 PM IST

ମୁମ୍ବାଇ: ନିର୍ବାଚନ ପୂର୍ବରୁ ମେଣ୍ଟକୁ ନେଇ ଉଠିଛି ପ୍ରଶ୍ନ । ପୁଣିଥରେ ସହଯୋଗୀ ଦଳ ଶିବସେନା ବିଜେପିକୁ ଟାର୍ଗେଟ କରିବା ପାଇଁ ଭୁଲିନାହିଁ । ଆଉ ଏଥର ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେପିକୁ ଘେରିଛି ଶିବସେନା । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଥିଲା କ୍ଷମତା ହାସଲ ପ୍ରତିଯୋଗିତା । ବିଜେପି ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାର କିଛି ଘଣ୍ଟା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ।

ପାରିକରଙ୍କ ଚିତା ଲିଭିବା ପରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ପାରିଥାନ୍ତେ ଦାୟିତ୍ବ । କିନ୍ତୁ ରାତାରାତି ତରବରିଆ ଭାବେ ସରକାର ଗଢିବାକୁ ନିଷ୍ପତ୍ତି ନେଇଥିଲା ବିଜେପି । କ୍ଷମତା ହାସଲ ପାଇଁ ବିଜେପିର ଏହି ଖେଳ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛି ଶିବସେନା ମୁଖବନ୍ଧ ସାମନା ।

ଏତିକି ନୁହେଁ କ୍ଷମତାଲୋଭୀଙ୍କୁ ଜାତୀୟ ପତାକା ଅର୍ଦ୍ଧନମିତ କରିବା ଶୋଭା ଦିଏନାହିଁ । ବିଜେପିକୁ ପାରିକରଙ୍କ ଅପେକ୍ଷା କଂଗ୍ରେସ ରାଜ୍ୟରେ ସରକାର ଗଢିବା ନେଇ ବିଜେପିର ଅଧିକ ଚିନ୍ତା ଥିଲା । କେବଳ ୧୯ଜଣ ବିଧାୟକଙ୍କ ମଧ୍ୟରେ ୨ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବା ଲଜ୍ଜାଜନକ କଥା । କୌଣସି ବିଜେପି ଶାସିତ ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ରହିବେ ନାହିଁ । ବିଜେପି ଏହା ୪ ବର୍ଷ ପୂର୍ବେ ଘୋଷଣା କରିବା ସହ ମହାରାଷ୍ଟ୍ରରେ ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ନଥିଲା ।

2019 ମହାସମର ପାଇଁ ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ହୋଇଛି ମେଣ୍ଟ । କିନ୍ତୁ 3 ବର୍ଷ ଧରି କ୍ରମାଗତ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ଆସୁଛି ଶିବସେନା ।

For All Latest Updates

ABOUT THE AUTHOR

...view details