ଝାଡଖଣ୍ଡ: ଗିରିଡିହର ଏକ ଛୋଟ ଗାଁର କୁନି ଝିଅ ଚମ୍ପା, ଯିଏ ନିଜର ମହକ ସାରା ବିଶ୍ବରେ ବିସ୍ତାର କରୁଛି । ବୟସରେ ସିନା ଛୋଟ, ହେଲେ ତାର ଉଦ୍ଦେଶ୍ୟ ମହତ୍ । ଚମ୍ପା ନିଜ ଅଞ୍ଚଳର ଛୋଟ ଛୋଟ ଝିଅମାନଙ୍କୁ ଦିନ ମଜୁରିଅ ଭଳି ଏକ କଳା ଅନ୍ଧକାର କୋଠରୀରୁ ବାହାରକୁ ଆଣି ଜ୍ଞାନର ରାସ୍ତା ଦେଖାଇବାକୁ ଚେଷ୍ଟା କରୁଛି । ଚମ୍ପା ନିଜର ଏହି ଗୀତ ମାଧ୍ୟମରେ ନିଜର ଏବଂ ଅନ୍ୟ ଝିଅମାନଙ୍କ ବାପାମା' ନିକଟରେ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ କରିବାକୁ ଗୁହାରୀ କରୁଛି । ଏଥିସହ ଅଞ୍ଚଳର ସମସ୍ତ ଝିଅ ଦିନ ମଜୁରିଆ କାମ ଛାଡି ସ୍କୁଲ ଯାଇ ନିଜ ଭବିଷ୍ୟତ ଗଢନ୍ତୁ ବୋଲି ଚାହୁଁଛି ।
ପୂର୍ବରୁ ଚମ୍ପା ମଧ୍ୟ ଜଣେ ଶିଶୁ ଶ୍ରମିକ ଥିଲା । କୈଳାସ ସତ୍ୟାର୍ଥୀ ନାମକ ଏକ ଫାଉଣ୍ଡେସନ ଚମ୍ପାକୁ ଏହି ଅନ୍ଧକାରମୟ ଜୀବନରୁ ବାହାରକୁ ଆଣିଥିଲା । ଏହା ପରେ ସେ ନିଜ ଅଞ୍ଚଳରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ପ୍ରଥା ରୋକିବା ଦିଗରେ କାମ କରୁଛି ।