ଓଡିଶା

odisha

ETV Bharat / bharat

ପରିବେଶ ଚିନ୍ତାରେ ଭୋ ଭୋ କାନ୍ଦିଲେ ଦିୟା ମିର୍ଜା, କହିଲେ ଏମିତି... - ପରିବେଶ ଚିନ୍ତାରେ କାନ୍ଦିଲେ ଦିୟା

ପାଣିପାଗ ପରିବର୍ତ୍ତନର ସମସ୍ୟାକୁ ନେଇ ଏକ ଆଲୋଚନା ସମୟରେ ଭୋ ଭୋ ହୋଇ କାନ୍ଦିପକାଇଲେ ଅଭିନେତ୍ରୀ ଦିୟା ମିର୍ଜା। ରାଜସ୍ଥାନର ଜୟପୁର ଲିଟେରଚର ଫେଷ୍ଟିଭାଲରେ ଦେଖିବାକୁ ମିଳିଛି ଏହି ଘଟଣା । ଅଧିକ ଖବର ପଢନ୍ତୁ...

dia-mirza
ପରିବେଶ ଚିନ୍ତାରେ ଭୋ ଭୋ କାନ୍ଦିଲେ ଦିୟା ମିର୍ଜା ...କହିଲେ ଏମିତି

By

Published : Jan 28, 2020, 10:58 AM IST

Updated : Feb 10, 2020, 8:37 AM IST

ଜୟପୁର: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ଏନେଇ ବିଶ୍ବବ୍ୟାପୀ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ପାଣିପାଗ ପରିବର୍ତ୍ତନ ସମସ୍ୟାକୁ ନେଇ ଏକ ଆଲୋଚନା ସମୟରେ ଭୋ ଭୋ ହୋଇ କାନ୍ଦିପକାଇଲେ ଅଭିନେତ୍ରୀ ଦିୟା ମିର୍ଜା। ଏହି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ରାଜଧାନୀ ଜୟପୁରରେ ଆୟୋଜିତ ଲିଟରେଚର ଫେଷ୍ଟିଭାଲରେ।

ପରିବେଶ ଚିନ୍ତାରେ ଭୋ ଭୋ କାନ୍ଦିଲେ ଦିୟା ମିର୍ଜା ...କହିଲେ ଏମିତି

କେଉଁ ଘଟଣା ଆପଣଙ୍କୁ ଅଧିକ ଦୁଃଖ ଦେଇଛି ବୋଲି ଦିୟାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରବିବାର ଦିନ ମୋର ଦିନ ଖୁବ୍ ସୁନ୍ଦର ଭାବେ ଆରମ୍ଭ ହୋଇଥିଲା। ହେଲେ ଅପରାହ୍ନ 3ଟା ସମୟରେ ମୋବାଇଲରେ ଖବର ଆସିଲା ଯେ ଆମେରିକାର ଜଣେ ବିଶିଷ୍ଟ ଖେଳାଳି ଓ ତାଙ୍କ ଝିଅଙ୍କ ମୃତ୍ୟୁ ପ୍ଲେନ କ୍ରାସରେ ହୋଇଯାଇଛି। ଯାହା ମୋତେ ଖୁବ୍ ବ୍ୟଥିତ କରିଥିଲା। କିଛି ସମୟପରେ ଜାଣିବାକୁ ପାଇଲି କୋବେ ବ୍ରିୟାଣ୍ଟ ଯାହାକୁ ମୁଁ ଗୋଟେ ସମୟରେ ଖୁବ୍ ଫଲୋ କରୁଥିଲି ତାଙ୍କ ସହ ଏପରି ଅଘଟଣ ଘଟିଯାଇଛି।

ଏମିତି ଅନେକ ଘଟଣା ଅଛି ଯାହା ମୋତେ ବ୍ୟକ୍ତିଗତ ଭାବେ ଆଘାତ ପହଞ୍ଚାଇଥାଏ। ଏହାପରେ ବି ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ଆମେ ଖାଲି ଆମ କାମ ସଠିକ ଭାବେ କରିବା ଦରକାର ।ମୋର ରକ୍ତଚାପ କମଥିବାରୁ ମୁଁ ଟିକେ ଅଧିକ ଭାବବିହ୍ବଳ ହୋଇଯାଉଛି ବୋଲି କହିଥିଲେ ଦିୟା।

Last Updated : Feb 10, 2020, 8:37 AM IST

ABOUT THE AUTHOR

...view details