ଓଡିଶା

odisha

ETV Bharat / bharat

ସ୍ବଦେଶୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ - missile dhruvastra

ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଦେଶର ସେନା କ୍ରମାଗତ ଭାବେ ମଜବୁତ ହେଉଛି। ସେନାର ଶକ୍ତିରେ ଆଉ ଏକ ନାମ ଯୋଡା ଯାଇଛି । ଆଣ୍ଟି-ଟ୍ୟାଙ୍କ ‘ଧ୍ରୁବାସ୍ତ୍ର’ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି । ଅଧିକ ପଢନ୍ତୁ...

ସ୍ବଦେଶୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର
ସ୍ବଦେଶୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର

By

Published : Jul 22, 2020, 12:43 PM IST

Updated : Jul 22, 2020, 4:00 PM IST

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଦେଶର ସେନା କ୍ରମାଗତ ଭାବେ ମଜବୁତ ହେଉଛି। ସେନାର ଶକ୍ତିରେ ଆଉ ଏକ ନାମ ଯୋଡା ଯାଇଛି । ଆଣ୍ଟି-ଟ୍ୟାଙ୍କ ‘ଧ୍ରୁବାସ୍ତ୍ର’ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ମେଡ୍ ଇନ୍ ଇଣ୍ଡିଆ ଓ ଶତ୍ରୁକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସାମର୍ଥ୍ୟ ରଖିଛି ।

ସ୍ବଦେଶୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

ଜୁଲାଇ 15-16ରେ ଓଡିଶାର ବାଲେଶ୍ବରରେ ଏହାର ପରୀକ୍ଷଣ କରାଯାଇଥିଲା, ଏହା ପରେ ଏହାକୁ ସେନାକୁ ହସ୍ତାନ୍ତର କରାଯିବ। ଏହାକୁ ଭାରତୀୟ ସେନାର ଧ୍ରୁଭ୍ ହେଲିକପ୍ଟର ସହିତ ବ୍ୟବହାର କରାଯିବ ଓ ସମୟ ଆସିଲେ ଶତ୍ରୁଙ୍କ ଉପରେ ଆକ୍ରମଣ କରାଯାଇପାରିବ ।

ତେବେ ବର୍ତ୍ତମାନ ବିନା ହେଲିକପ୍ଟରରେ ଏହି ପରୀକ୍ଷା କରାଯାଇଛି। ପୂର୍ବରୁ ଏହି କ୍ଷେପଣାସ୍ତ୍ରର ନାମ ନାଗା ଥିଲା, ଯାହାର ନାମ ଧ୍ରୁବାସ୍ତ୍ରରେ ପରିବର୍ତ୍ତନ କରାଯାଇଛି । ଏହି କ୍ଷେପଣାସ୍ତ୍ର ସ୍ବଦେଶୀ ଓ ଏହାର କ୍ଷମତା 4 କିଲୋମିଟର । ସେ ପର୍ଯ୍ୟନ୍ତ ଏହା ଯେକୌଣସି ଟ୍ୟାଙ୍କକୁ ନଷ୍ଟ କରିପାରିବ । ଧ୍ରୁଭ୍ ଚପର୍ ମଧ୍ୟ ଏକ ସମ୍ପୂର୍ଣ୍ଣ ସ୍ବଦେଶୀ ହେଲିକପ୍ଟର । ଏଭଳି ପରିସ୍ଥିତିରେ DRDO ଓ ସେନା ପାଇଁ ଏହା ଏକ ବଡ ସଫଳତା ଭାବରେ ବିବେଚନା କରାଯାଉଛି କାରଣ ବର୍ତ୍ତମାନ ଏହିପରି କ୍ଷେପଣାସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ କୌଣସି ନିର୍ଭରଶୀଳତା ରହିବ ନାହିଁ ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଧ୍ରୁବାସ୍ତ୍ର ହେଉଛି ତୃତୀୟ ପୀଢି । ଏହି କ୍ଷେପଣାସ୍ତ୍ର ସବୁ ପରିସ୍ଥିତିରେ କାର୍ଯ୍ୟକାରୀ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 22, 2020, 4:00 PM IST

ABOUT THE AUTHOR

...view details