ପାଟନା: ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି କ୍ବାରେଣ୍ଟାଇନ ସେଣ୍ଟରର ଭିଡିଓ । ଏଠାରେ ରହୁଥିବା ପ୍ରବାସୀଙ୍କ ବିଭିନ୍ନ କଳାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ବିହାରରେ ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀଙ୍କ ହିନ୍ଦୀ ଫିଲ୍ମ ପଡୋଶନର ଲୋକପ୍ରିୟ ଗୀତ ''ଏକ ଚତୁର ନାର କରକେ ସିଙ୍ଗାର'' ଗୀତରେ ନାଚୁଥିବା ଦେଖାଯାଇଛି ।
କ୍ବାରେଣ୍ଚାଇନ ସେଣ୍ଟରରେ ପ୍ରବାସୀଙ୍କ ନୃତ୍ୟ, ଭିଡିଓ ଭାଇରାଲ - bihar
କ୍ବାରେଣ୍ଚାଇନ ସେଣ୍ଟରରେ ପ୍ରବାସୀଙ୍କ ନୃତ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଅଧିକ ପଢନ୍ତୁ...

କ୍ବାରେଣ୍ଚାଇନ ସେଣ୍ଟରରେ ଅନ୍ତେବାସୀଙ୍କ ନୃତ୍ୟ
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ମୁଭିର ହିରୋଙ୍କର ମିମିକ୍ରି କରିବା ଢଙ୍ଗକୁ ୟୁଜର୍ସ ପସନ୍ଦ କରିଛନ୍ତି । ଭିଡିଓରେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ୟମାନେ ତାଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଛି ।
ବ୍ୟକ୍ତି ଜଣକ ରିଙ୍କୁ ସିଂ ବୋଲି ଜଣାପଡିଛି । ତାଙ୍କର 5 ମିନିଟର ନୃତ୍ୟରେ ପ୍ରବାସୀମାନେ ତାଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରୁଥିବା ଦେଖାଯାଇଥିଲା । ବର୍ତ୍ତମାନ ଭିଡିଓ 3.5 ମିଲିୟନ୍ ଭ୍ୟୁୟର୍ସ ଦେଖିସାରିଲେଣି ।