ଭୁବନେଶ୍ବର: କୋରୋନା ମହାମାରୀ ନେଇ ଲୋକଙ୍କୁ ସଚେତନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ଆସିବା ଯାଏଁ ସଚେତନ ରହିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସମସ୍ତ ସରକାରୀ ନିୟମକୁ ମାନିବାକୁ ହେବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଆ ସମାଜ ନିଜକୁ ସମ୍ଭାଳି ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଟ୍ବିଟ୍ କରି ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କୁ କୋରୋନା ମହାମାରୀ ନେଇ ସଚେତନ କରିଛନ୍ତି ।