ଓଡିଶା

odisha

ETV Bharat / bharat

ସାଉଦି ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ - ସାଉଦି ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ

ରବିବାର ସାଉଦିଆରବର ଶକ୍ତି ମନ୍ତ୍ରୀ  ପ୍ରିନ୍ସ ଅବଦୁଲ ଅଜୀଜ ବିନ ସଲମାନଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ: ଟ୍ବିଟର@@dpradhanbjp

By

Published : Sep 9, 2019, 2:15 PM IST

ହାଇଦ୍ରାବାଦ: ରବିବାର ସାଉଦିଆରବରେ ଥିବା ନିଜ ସମକକ୍ଷ ତଥା ସେଠାକାର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ ଅଜୀଜ ବିନ ସଲମାନଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ହାଇଡ୍ରୋକାର୍ବନ ରପ୍ତାନୀ ଦିଗରେ ସାଉଦିଆରବ ଭାରତ ସହ ଏକ ବିଶ୍ବସନୀୟ ଏବଂ ସ୍ଥାୟୀ ଭାଗିଦାରୀ ହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଉଦି ମନ୍ତ୍ରୀ ।

ଫଟୋ ସୌଜନ୍ୟ: ଟ୍ବିଟର@@dpradhanbjp

ସେହିପରି ଭାରତରେ ପୁଞ୍ଜିନିବେଶ କରିବା ନେଇ ମଧ୍ୟ ସାଉଦିଆରବ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲିଠାରୁ ପାଞ୍ଚ ଦିନିଆ ସାଉଦି ଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛି ।

ABOUT THE AUTHOR

...view details