ମୁମ୍ବାଇ: ଏସିଆ ମହାଦେଶର ସବୁଠାରୁ ବଡ ବସ୍ତି ଧାରାଭୀରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଏଠାରେ 94ଜଣ ସଂକ୍ରମିତ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହେଲାଣି । ଏ ଜନବହୁଳ ବସ୍ତିରେ ବର୍ତ୍ତମାନ ସୁଦ୍ଧା 590ଜଣ ସଂକ୍ରମିତ ହେବା ସହ 20ଜଣଙ୍କ ମୃତ୍ୟୁ ହେଲାଣି ।
24 ଘଣ୍ଟାରେ ଏସିଆର ବଡ ବସ୍ତି ଧାରାଭୀରେ 94 ସଂକ୍ରମିତ - ଏସିଆର ବଡ ବସ୍ତି ଧାରାଭୀରେ 94 ସଂକ୍ରମିତ
ଏସିଆ ମହାଦେଶର ସବୁଠାରୁ ବଡ ବସ୍ତି ଧାରାଭୀରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଏଠାରେ 94ଜଣ ସଂକ୍ରମିତ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହେଲାଣି ।

ଧାରାଭୀରେ 94 ସଂକ୍ରମିତ
ଭାରତର ସବୁଠାରୁ ବଡ ବସ୍ତି ହେବା ସହ ଜନଗହଳିପୂର୍ଣ୍ଣ । ଏଠାରେ ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ବ୍ରିହନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ ପାଇଁ ଏକ ଚିନ୍ତାର ବିଷୟ । ଏଠାରେ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଅଧିକ ଜନସଂଖ୍ୟା କାରଣରୁ ଏହା ସମ୍ଭବ ହୋଇପାରୁନି ।