ଓଡିଶା

odisha

ETV Bharat / bharat

ବୋଇଂ ବିମାନ ଉଡାଣ ପାଇଁ ଡିଜିସିଏର ନୂଆ ନିୟମ - National

ନୂଆ ନିୟମ ଅନୁସାରେ ସ୍ପାଇସ ଜେଟ ଓ ଜେଟ ଏୟାୱେଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣଙ୍କୁ ନେଇ ଏହି ସୁରକ୍ଷା ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ନିୟମ ଅନୁସାରେ ଯେଉଁ ପାଇଲଟଙ୍କ ୧୦୦୦ ଘଣ୍ଟାର ଉଡାଣର ଅଭିଜ୍ଞତା ଥିବ ସେମାନେ କେବଳ ବୋଇଂ ବିମାନ ଚଳାଇପାରିବେ ।

ପ୍ରତୀକାତ୍ମକ ଫଟୋ

By

Published : Mar 12, 2019, 2:20 PM IST

ନୂଆଦିଲ୍ଲୀ: ଇଥୋପିଆନ ବିମାନ ଦୁର୍ଘଟଣା ପରେ ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ) ବିମାନ ଉଡାଣ ଉପରେ ନୂଆ ଗାଇଡଲାଇନ ଜାରି କରିଛି । ବିଶେଷ କରି ବୋଇଂ ବିମାନରେ ସୁରକ୍ଷିତ ବିମାନ ଯାତ୍ରା ପାଇଁ ଏହି ନିୟମ ଜାରି ହୋଇଛି । ଏଥିରେ ବୋଇଂ ବିମାନ ଉଡାଣ ପାଇଁ ପାଇଲଟଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଇଛି ।

ନୂଆ ନିୟମ ଅନୁସାରେ ସ୍ପାଇସ ଜେଟ ଓ ଜେଟ ଏୟାୱେଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣଙ୍କୁ ନେଇ ଏହି ସୁରକ୍ଷା ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ନିୟମ ଅନୁସାରେ ଯେଉଁ ପାଇଲଟଙ୍କ ୧୦୦୦ ଘଣ୍ଟାର ଉଡାଣର ଅଭିଜ୍ଞତା ଥିବ ସେମାନେ କେବଳ ବୋଇଂ ବିମାନ ଚଳାଇପାରିବେ । ସେହିଭଳି ସହକାରୀ ପାଇଲଟଙ୍କ ପାଇଁ ୫୦୦ ଘଣ୍ଟାର ଅଭିଜ୍ଞତା ରହିବା ଜରୁରୀ । ଚୀନ ବିମାନ ପ୍ରାଧିକରଣ ପକ୍ଷରୁ ମଧ୍ୟ ଏପରି ଗାଇଡଲାଇନ ଗତକାଲି ଜାରି ହୋଇଥିଲା ।

ତେବେ ବର୍ତ୍ତମାନ ଜେଟ ଏୟାରୱେଜ କମ୍ପାନୀ ଏହାର ବୋଇଂ 737 ମ୍ୟାକ୍ସ ବିମାନ ଉଡାଣକୁ ବନ୍ଦ ରଖିଛି । ବିମାନ ସହିତ ଜଡିତ ସୁରକ୍ଷା ସମ୍ବନ୍ଧିତ ସମସ୍ତ ପ୍ରାଥମିକତା ଯାଞ୍ଚ ହେବା ପରେ ଏହାର ବ୍ୟବସାୟିକ ବ୍ୟବହାର ପୁଣି ଥରେ ଆରମ୍ଭ ହେବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରବିବାର ଇଥୋପିଆରେ ବିମାନ ଦୁର୍ଘଟଣା ଘଟି ୧୫୭ ଜଣ ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details