ଓଡିଶା

odisha

ETV Bharat / bharat

କୃଷ୍ଣମୟ ସମଗ୍ର ମଥୁରା ନଗରୀ, ମଧ୍ୟରାତ୍ରିରେ ପାଳନ ହେବ ଜନ୍ମୋତ୍ସବ

ଶ୍ରୀକୃଷ୍ଣ ଭଜନରେ ଗୁଞ୍ଜରୀତ ହେଉଛି ଗଗନ ପବନ । ସ୍ନେହ, ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଛି କୃଷ୍ଣ ନଗରୀ ମଥୁରାରେ । ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରିବା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ ।

By

Published : Aug 24, 2019, 11:29 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲକ୍ଷ୍ନୌ: ଧରାପୃଷ୍ଠରେ ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ । ଭଗବାନଙ୍କ ଜନ୍ମୋତ୍ସବରେ ସାମିଲ ହେବା ପାଇଁ ଦୂରଦୂରାନ୍ତରୁ ଉତ୍ତରପ୍ରଦେଶର ମଥୁରାକୁ ଛୁଟୁଛି ଭକ୍ତଙ୍କ ସୁଅ । ଏନେଇ ଶ୍ରୀକୃଷ୍ଣ ଜନ୍ମଭୂମିର ଗୋବିନ୍ଦ ନଗର ଗେଟ ନିକଟରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଛି । ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ମଧ୍ୟ ରାତ୍ରୀରୁ ଭଗବାନ କୃଷ୍ଣଙ୍କର ଜନ୍ମୋତ୍ସବ ଧୂମଧାମରେ ପାଳନ କରାଯିବ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶ୍ରଦ୍ଧାଳୁଙ୍କ କହିବାନୂଯାୟୀ, ସେମାନେ ଗତବର୍ଷ ଠାରୁ ଏହି ଶୁଭ ଦିନକୁ ଅପେକ୍ଷା କରି ରହିଥିଲେ ମଥୁରା ଆସି ଭଗବାନ କୃଷ୍ଣଙ୍କର ଜନ୍ମୋତ୍ସବ ପାଳିବେ । ଆଉ ଚଳିତଥର ମଥୁରା ଆସି ସେମାନେ ବହୁତ ଖୁସିଥିବା କହିଛନ୍ତି । ଏହି ଅବସରରେ ମଥୁରାକୁ ଏପରି ସଜାଯାଇଛି ଯେ ଲାଗୁଚି ଯେମିତି ଆମେ ଦ୍ବାପର ଯୁଗରେ ଅଛୁ । ସମସ୍ତ ଶ୍ରଦ୍ଧାଳୁ ନଟଖଟ କୃଷ୍ଣ କହ୍ନେଇଆଙ୍କ ଦର୍ଶନ ପାଇଁ ପୁରା ଉତ୍ସାହୀ ଅଛନ୍ତି ।

ଗୋଟେପଟେ ଶ୍ରଦ୍ଧାଳୁ ମାନେ କୃଷ୍ଣଙ୍କ ପ୍ରେମ ରଙ୍ଗରେ ଭିଜୁଥିବାବେଳେ ଅନ୍ୟପଟେ କହ୍ନେଇର ଜନ୍ମୋତ୍ସବ ପାଇଁ ବୃନ୍ଦାବନକୁ ପୁରା ଦୁଲହନ ପରି ସଜାଯାଇଛି । ଆଲୋକମାଳା ଓ ତୋରଣରେ ଝଲସୁଛି ସହର । ମନ୍ଦିରର ପୂଜକଙ୍କ କହିବାନୂଯାୟୀ, ରାତି 12ଟା ସମୟରେ କୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରାଯିବ । ପ୍ରଥମେ କୃଷ୍ଣଙ୍କୁ କ୍ଷୀର, ଦହି, ଘିଅ ଓ ଗୋଲାପ ଜଳ ଓ ମହୁରେ ଅଭିଷେକ କରାଯିବା ପରେ ଏଥିରେ ଭଗବାନଙ୍କୁ ମାଲିସ କରାଯିବ । କୃଷ୍ଣଙ୍କୁ ହଳଦିଆ ବସ୍ତ୍ର ପିନ୍ଧାଯିବ ଆଉ ଭଗବାନ ଭକ୍ତଙ୍କୁ ଦର୍ଶନ ଦେବେ । ଏହାପରେ କୃଷ୍ଣଙ୍କୁ ସୂନା ଆଉ ରୂପାର ଖେଳନା ଦିଆଯିବ ।

ABOUT THE AUTHOR

...view details