ଓଡିଶା

odisha

ETV Bharat / bharat

ଶ୍ରାବଣର ପ୍ରଥମ ସୋମବାର; ଶୁଭୁୁନି ବୋଲବମ ସ୍ବର, ସାମାଜିକ ଦୂରତ୍ବ ସହ ଚାଲିଛି ଦର୍ଶନ - ଶିବ ଭକ୍ତ

ଆଜି ଠାରୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣର ମାସର ପ୍ରଥମ ସୋମବାର। ବଡି ଭୋରୁ ଦେଶର ବିଭିନ୍ନ ପ୍ରସିଦ୍ଧ ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ। କାଶୀ ବିଶ୍ବନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ଏକାଠି ହୋଇଛନ୍ତି। ସାମାଜିକ ଦୂରତ୍ବ ରଖି ଶିବଙ୍କ ଦର୍ଶନ ପାଇଁ ପହଁଞ୍ଚିଛନ୍ତି। ସେହିପରି ଦିଲ୍ଲୀର ଚାନ୍ଦନୀ ଚୌକରେ ମଧ୍ୟ ଗୌରୀ ଶଙ୍କରଙ୍କ ପୂଜା ଅର୍ଚ୍ଚନା କରାଯାଇଛି।

ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ ଭକ୍ତ ଜମେଇଲେଣି ଭିଡ
ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ ଭକ୍ତ ଜମେଇଲେଣି ଭିଡ

By

Published : Jul 6, 2020, 7:22 AM IST

Updated : Jul 6, 2020, 8:21 AM IST

ନୂଆଦିଲ୍ଲୀ:'' ବୋଲ ବମ୍ ହର ହର ବମ୍ , ଭୋଳା ବାବା ପାର୍ କରେଗା , ଜଟିଆ ବାବା ପାର କରେଗା''। ଶାଶ୍ବତ ଶିବ, ଶ୍ରେଷ୍ଠ ଦେବତାତ୍ରୟ ପରମେଶ୍ୱରଙ୍କ ନାଁ ଧରି ଭକ୍ତ ଆଗେଇ ଚାଲିଥାଏ। ମାଇଲ ମାଇଲ ଗଲା ପରେ ଥକି ପଡେନି ତା ପାଦ। ଝଡିବର୍ଷା, ଅନ୍ଧାର ରାତିକୁ ତାର ଡରନଥାଏ। ଶିବଙ୍କ ନାମ ହିଁ ତାକୁ ଶକ୍ତି ଦେଇଥାଏ।

ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ ଭକ୍ତ ଜମେଇଲେଣି ଭିଡ

ଆଜି ଠାରୁ ଆରମ୍ଭ ହେଉଛି ସେହି ପବିତ୍ର ଶ୍ରାବଣର ମାସର ପ୍ରଥମ ସୋମବାର। ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠେ ଶୈବପୀଠ।

ହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଶ୍ରାବଣ ମାସ ସୋମବାର ଦିନ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ଘରେ ରହି ପୂଜା କରିବେ ଭକ୍ତ। ତେଣୁ ଏଥର ବୋଲବମ୍ ଯାତ୍ରା ବନ୍ଦ ରହିବ। ଆଉ ଶୁଭିବନି ଏହି ଭକ୍ତିଭରା ଶିବଙ୍କ ନାମ।

ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ ଭକ୍ତ ଜମେଇଲେଣି ଭିଡ

ତେବେ ଆଜି ବଡି ସକାଳୁ ଦେଶର ବିଭିନ୍ନ ପ୍ରସିଦ୍ଧ ଶିବ ମନ୍ଦିରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ। କାଶୀ ବିଶ୍ବନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ଏକାଠି ହୋଇଛନ୍ତି। ସାମାଜିକ ଦୂରତ୍ବ ରଖି ଶିବଙ୍କ ଦର୍ଶନ ପାଇଁ ପହଁଞ୍ଚିଛନ୍ତି। ସେହିପରି ଦିଲ୍ଲୀର ଚାନ୍ଦନୀ ଚୌକରେ ମଧ୍ୟ ଗୌରୀ ଶଙ୍କରଙ୍କ ପୂଜା ଅର୍ଚ୍ଚନା କରାଯାଇଛି। କୋରୋନା ପାଇଁ ମଧ୍ୟ ସମସ୍ତ ସତର୍କତା ଗ୍ରହଣ କରାଯାଇ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଛଡାଯାଉଛି।

କେଦାରନାଥରୁ ଅମରନାଥ, ପଞ୍ଚଲିଙ୍ଗେଶ୍ବରରୁ କପିଳାଶ ସବୁଠୁ ଲାଗିଥାଏ ଶିବ ଭକ୍ତଙ୍କ ଧାଡି। ଆଧ୍ୟ୍ୟାତ୍ମିକ ପରିବେଶ ଖେଳିଯାଏ ସାରା ସହରରେ। ଝିପ୍ ଝିପ୍ ବର୍ଷାରେ କାଉଡିଆ ଭାଇ ଓ ଭଉଣୀ ମାନେ ପାଣି ବାହୁଙ୍ଗି ଧରି ଚାଲି ଚାଲି ଧାଇଁଥାନ୍ତି ଭୋଳ ଦ୍ବାରାକୁ । ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଆର୍ଶୀବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Last Updated : Jul 6, 2020, 8:21 AM IST

ABOUT THE AUTHOR

...view details