ହାଇଦ୍ରାବାଦ: ମହାରାଷ୍ଟ୍ର ବିଧାନସଭା ନର୍ବାଚନ ପାଇଁ ଆସନ୍ତା ସୋମବାର ଭୋଟ ଗ୍ରହଣ ହେବ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏବେ ଯୋରଦାର ପ୍ରଚାର ଚାଲିଛି । ଏହାରି ଭିତରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ଘୋଷଣା ପତ୍ର ବା ଇସ୍ତାହାର ଜାରି କରିଛନ୍ତି ।
'ପ୍ରତି ପରିବାରକୁ ଚନ୍ଦ୍ରରେ ଜାଗା ଦେବାକୁ କଂଗ୍ରେସ-ଏନସିପି ଭୁଲି ଗଲେ' - Devendra fadnavis
ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଯୋର ଧରିଛି ଆରୋପ ପ୍ରତ୍ୟାରୋପ । ଏବେ ଇସ୍ତାହାର ପାଳି । ଅଧିକ ପଢନ୍ତୁ..
ତେବେ ବୁଧବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କଂଗ୍ରେସ ଓ ଏନସିପିର ଇସ୍ତାହାରକୁ ନେଇ ତେର୍ଛା ବାଣ ମାରିବା ସହ ଯୋରଦାର ସମାଲୋଚନା କରିଛନ୍ତି । ଦେବେନ୍ଦ୍ର କହିଛନ୍ତି କଂଗ୍ରେସ- ଏନସିପି ତାଙ୍କ ଘୋଷଣା ପତ୍ରରେ ଆଉ ଦୁଇଟି ଘୋଷଣା ଛାଡିଦେଇଛନ୍ତି । ପ୍ରଥମ ପ୍ରତି ପରିବାରକୁ ତାଜମହଲ ଦ୍ବିତୀୟ ସମସ୍ତ ପରିବାରକୁ ଚନ୍ଦ୍ରରେ ଜାଗା ଦେବା ଘୋଷଣା ଛାଡିଦେଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଫଡନାଭିସ । ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ପ୍ରଚାର ବେଳେ ମୋଦିଙ୍କୁ ସମାଲୋଚନା କରିବାକୁ ଯାଇ ଚନ୍ଦ୍ରକୁ ଯାନ ଗଲେ ମହାରାଷ୍ଟ୍ରଓ ଦେଶର ଯୁବକଙ୍କ ପେଟ ପୁରିବ ନାହିଁ ବୋଲି କହି ସମାଲୋଚନା କରିଥିଲେ । ଆଉ ଆଜି ଦେବେନ୍ଦ୍ର ମଧ୍ୟ କଂଗ୍ରେସକୁ ଘେରିଛନ୍ତି ଇସ୍ତାହାର ପତ୍ରକୁ ନେଇ ।
ସୂଚନାଯୋଗ୍ୟଯେ କଂଗ୍ରେସ ଓ ଏନସିପି ନିଜ ଇସ୍ତାହାରରେ ବହୁ ଲୋଭନୀୟ ପ୍ରତିଶୃତି ଘୋଷଣା କରିଛନ୍ତି । ସେଥିମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ବିଦେଶରେ ପଢିବା ପାଇଁ ସ୍କଲାରାସିପ ସହ ପ୍ରତି ଜିଲ୍ଲାରେ ଇଞ୍ଜିନିୟରିଙ୍ଗ କଲେଜ ଅନ୍ୟମତ ।