ଓଡିଶା

odisha

By

Published : May 26, 2020, 10:12 PM IST

ETV Bharat / bharat

ବିଭିନ୍ନ ଦାବି ନେଇ ସାଉଥକୋ କାର୍ଯ୍ୟାଳୟ ଘେରାଉ କଲେ ବିକାଶ ପରିଷଦର କର୍ମକର୍ତ୍ତା

ବିଭିନ୍ନ ଦାବି ନେଇ ସାଉଥକୋ କାର୍ଯ୍ୟାଳୟ ଘେରାଉ କଲେ ବିକାଶ ପରିଷଦର କର୍ମକର୍ତ୍ତା । ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଅଧିକ ପଢନ୍ତୁ...

Development Council officials surrounded the Southco office with various demands
ବିଭିନ୍ନ ଦାବୀ ନେଇ ସାଉଥକୋ କାର୍ଯ୍ୟାଳୟ ଘେରାଉ କଲେ ବିକାଶ ପରିଷଦର କର୍ମକର୍ତ୍ତା

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ବ୍ରହ୍ମପୁର ସହରର ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କଲେ ବିକାଶ ପରିଷଦର କର୍ମକର୍ତ୍ତା । ଯେଉଁଥିରେ ସାଧାରଣ ଜନତାଙ୍କୁ ବିଭାଗର ଶୋଷଣକୁ ଏହି ଅବସରରେ ସମାଲୋଚନା କରାଯାଇଛି ।

ବିଭିନ୍ନ ଦାବୀ ନେଇ ସାଉଥକୋ କାର୍ଯ୍ୟାଳୟ ଘେରାଉ କଲେ ବିକାଶ ପରିଷଦର କର୍ମକର୍ତ୍ତା

ମୁଖ୍ୟତଃ ସାଉଥକୋ ପକ୍ଷରୁ ପ୍ରସ୍ତୁତ ଏପ୍ରିଲ ଓ ମେ ମାସର ବିଦ୍ୟୁତ୍ ଶୁଳ୍କରେ ବେନିୟମ ଭାବରେ ବର୍ଦ୍ଧିତ କରାଯାଇ ଯେଉଁ ବିଦ୍ୟୁତ ବିଲ୍ ପ୍ରସ୍ତୁତ କରାଯାଇଛି ତାହା ତୁରନ୍ତ ନିୟମ ଅନୁଯାୟୀ ସଂଶୋଧିତ ବିଲ୍ ଉପଭୋକ୍ତା ମାନଙ୍କୁ ନଦେବା ପର୍ଯ୍ୟନ୍ତ ଉପଭୋକ୍ତା ମାନେ ବିଲ ପୈଠ କରନ୍ତୁ ନାହିଁ ବୋଲି ଆହ୍ବାନ କରାଯାଇଛି । ଏପରିକି ସାଉଥକୋ ପକ୍ଷରୁ ଉପଭୋକ୍ତା ମାନଙ୍କ ଘରେ ଲଗାଇ ଦିଆଯାଇଥିବା ମିଟର ଗୁଡିକର କ୍ରୟମୂଲ୍ୟ ୧୮୦ ଟଙ୍କା ମଧ୍ୟରେ ହୋଇଥିବା ବେଳେ ଏଥିପାଇଁ ମାସିକ ୪୦ ଟଙ୍କା ହିସାବରେ ଉପୋଭକ୍ତା ମାନଙ୍କ ଠାରୁ ବେନିୟମ ଭାବରେ ୨୨୦୦ ଟଙ୍କା ନିଆଯାଉଥିବାରୁ ତାହା ତୁରନ୍ତ ବନ୍ଦ କରି ବଳକା ଟଙ୍କା ଫେରସ୍ତ କରିବା ଭଳି ଦଶ ଦଫା ଦାବି ନେଇ ଏହି ବିକ୍ଷୋଭ କରାଯାଇଥିଲା ।

ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details