ଗୌହାଟି: ମୁମ୍ବାଇ ପରେ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି । ପାଖାପାଖି 10ଟି ଗାଁ ଜଳବନ୍ଦୀ ହୋଇପଡିଥିବାବେଳେ ବିଭିନ୍ନ ଚାଷଜମିକୁ ଧୋଇ ନେଇଛି ବନ୍ୟା ପାଣି ।
ଜଳବନ୍ଦୀ ଘେରରେ ଆସାମର 10 ଗାଁ - lakhimpur
ପ୍ରବଳ ବର୍ଷାରେ ଅଣାୟତ୍ତ ଆସାମର ଲକ୍ଷ୍ମୀପୁର ଅଞ୍ଚଳ । ବର୍ଷା ପାଣିରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଏବେ 10ଟି ଗାଁ ଜଳବନ୍ଦୀ ହୋଇପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଦେଶରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀନାଳ ଓ ଡ୍ୟାମ ବର୍ଷା ପାଣିରେ ପୁରି ଉଠିଥିବା ଦ୍ବାରା ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ରଙ୍ଗାନଦୀ ଡ୍ୟାମକୁ ଖୋଲି ଦିଆଯାଇଛି । ଫଳରେ ଡ୍ୟାମର ଆଖପାଖ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି ।