ଓଡିଶା

odisha

ETV Bharat / bharat

ଦେବ ଦୀପାବଳୀରେ ଝଲସୁଛି ବାରଣାସୀ - ବାରାଣାସୀ ଖବର

ହଜାର ହଜାର ଲୋକଙ୍କ ଭିଡ । ହାତରେ ଦୀପ ଓ ମନରେ ଭକ୍ତି ନେଇ ଗଙ୍ଗା ଘାଟରେ ଏକାଠି ହୋଇଛନ୍ତି ଶ୍ରଦ୍ଧାଳୁ। ଦେଶ ସମେତ ବିଦେଶୀ ପର୍ଯ୍ୟଟକ ମଧ୍ୟ ପାଳୁଛନ୍ତି ଦେବ ଦୀପାବଳୀ । ଆଗକୁ ପଢନ୍ତୁ...

ଫାଇଲ ଫଟୋ

By

Published : Nov 12, 2019, 8:41 PM IST

ଲକ୍ଷ୍ନୌ: ବଡ ଧୁମଧାମରେ ବାରାଣାସୀରେ ପାଳନ ହେଉଛି ଦେବ ଦୀପାବଳୀ । ସୂର୍ଯ୍ୟାସ୍ତ ପରେ ମାଟି ଦୀପ ଲଗାଯାଇ ଆରମ୍ଭ ହୁଏ ଦେବ ଦୀପାବଳୀ ପର୍ବ । ଦେଶ ବିଦେଶରୁ ଜମେ ଶ୍ରଦ୍ଧାଳୁଙ୍କ ଭିଡ । ଏକାସହ ଲକ୍ଷଲକ୍ଷ ଦୀପ ଜଳାଇଥାନ୍ତି ଶ୍ରଦ୍ଧାଳୁ ।

ବାରାଣାସୀରେ ଧୁମଧାମରେ ଦେବ ଦୀପାବଳୀ ପାଳିତ

ରାଜ୍ୟ ତଥା ଦେଶ ବାହାରୁ ଆଜି ଗଙ୍ଗା ଘାଟରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ହାତରେ ଦୀପ ନେଇ ଘାଟରେ ପହଞ୍ଚିଛନ୍ତି ହଜାରହଜାର ଲୋକ । ଗଙ୍ଗାର ସମସ୍ତ ଘାଟରେ ଅତି ଆନନ୍ଦର ସହ ପାଳନ କରାଯାଏ ଏହି ପର୍ବ । ଦୀପର ଆଲୋକରେ ଆଲୋକିତ ହୁଏ ଘାଟ । ଏହି ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ବାରାଣାସୀ ବାସୀ ।

ବାରାଣାସୀରେ ଧୁମଧାମରେ ଦେବ ଦୀପାବଳୀ ପାଳିତ
ବାରାଣାସୀରେ ଧୁମଧାମରେ ଦେବ ଦୀପାବଳୀ ପାଳିତ

କେବଳ ଦୀପ ନୁହେଁ ଭିନ୍ନ ରଙ୍ଗକୁ ନେଇ ଗଙ୍ଗା ଘାଟରେ ତିଆରି ହୁଏ ରଙ୍ଗୋଲୀ ଓ ଭଳିକି ଭଳି ଆଲୋକମାଳାରେ ସୁସଜ୍ଜିତ କରିବାରେ ଲାଗିଥାନ୍ତି ଲୋକେ । ସଂଧ୍ୟାର ଏହି ମନୋରମ ଦୃଶ୍ୟ ଦେଖିବାକୁ ଅନେଇ ରହିଥାନ୍ତି ଲୋକେ । ଦୀପର ଆଲୋକ ଏବଂ ରଙ୍ଗୋଲୀ ଘାଟକୁ ଆହୁରି ଆକର୍ଷିତ ଓ ସୁନ୍ଦର କରିଥାଏ ।

ବାରାଣାସୀରେ ଧୁମଧାମରେ ଦେବ ଦୀପାବଳୀ ପାଳିତ
ବାରାଣାସୀରେ ଧୁମଧାମରେ ଦେବ ଦୀପାବଳୀ ପାଳିତ

ABOUT THE AUTHOR

...view details