ହାଇଦ୍ରାବାଦ: ଲଦାଖରେ ଚୀନର କାରନାମାକୁ କଡା ଜବାବ ଦେଲେ ଭାରତୀୟ ସେନା ପ୍ରମୁଖ ଆରକେଏସ ଭଦୌରିଆ । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହୁଛି ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି । ଭାରତ ସର୍ବଦା ତାର ସାର୍ବଭୌମତ୍ବ ଓ ସୁରକ୍ଷାକୁ ଗୁରୁତ୍ବ ଦେବ ।
ହାଇଦ୍ରାବାଦ ଠାରେ ଅନୁଷ୍ଠିତ କମ୍ବାଇଡ ଗ୍ରାଜୁଏସନ ପରଡେରେ ଯୋଗ ଦେଇ ବାୟୁସେନା ମୁଖ୍ୟ ଭଦୌରିଆ ସମସ୍ତ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଗଲୱାନ ଘାଟିରେ ଏଲଏସିର ସୁରକ୍ଷା ପାଇଁ ଲଢେଇ କରି ଶହୀଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁ ସମେତ 20 ଜଣ ଯବାନଙ୍କ ବଳିବାଦ ବ୍ୟର୍ଥ ଯିବ ନାହିଁ ବୋଲି କହିଥିଲେ ।