ଜୟପୁର: ପାକିସ୍ତାନୀ ଗୁପ୍ତଚର ଅଟକ । ରାଜସ୍ଥାନର ଭାରତ-ପାକ୍ ସୀମାରେ ପାକିସ୍ତାନୀ ଗୁପ୍ତଚର ସନ୍ଦେହରେ ଜଣେ ଶ୍ରମିକକୁ ଅଟକ ରଖିଛନ୍ତି ଗୁଇନ୍ଦା ସଂସ୍ଥା ।
ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ଏହି ଶ୍ରମିକ ଜଣଙ୍କ ସୀମା ସହ ଜଡିତ କାର୍ଯ୍ୟକଳାପ ଏବଂ ସୂଚନା କ୍ରମାଗତ ଭାବରେ ସୋସିଆଲ ମିଡିଆ ମାଧ୍ୟମରେ ପଠାଉଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷା ଏଜେନ୍ସି ଏହି ଶ୍ରମିକଙ୍କୁ ରାଜସ୍ଥା ବାର୍ମର ଜିଲ୍ଲାର ବିଜ୍ରାଲ ପୋଲିସ ଷ୍ଟେସନରୁ ଜୟପୁରକୁ ନେଇଛନ୍ତି। ତେବେ ଶ୍ରମିକ ଜଣଙ୍କ ଠାରୁ ସୋସିଆଲ ମିଡିଆ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ।