ଓଡିଶା

odisha

ETV Bharat / bharat

ମୋଦିଙ୍କ ଲୋକପ୍ରିୟତା ସତ୍ତ୍ବେ ବିଜୟ ପାଇଁ ସ୍ଥାନୀୟ ନେତା ଆବଶ୍ୟକ - ମୋଦିଙ୍କ ଲୋକପ୍ରିୟତା ସତ୍ତ୍ବେ ବିଜୟ ପାଇଁ ସ୍ଥାନୀୟ ନେତାଙ୍କ ଆବଶ୍ୟକତା

ନିଜର ପତିଆରା ଜାହିର କରିଥିଲେ ମଧ୍ୟ ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ ପରେ ଏନସିପି ସହ ବୁଝାମଣା  ଆଦି ସବୁଥିରେ ମୋଦିଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ସ୍ଥାନୀୟ ନେତାଙ୍କର ଆବଶ୍ୟକତା ବାରି ହୋଇପଡିଥିଲା ।

newdelhi
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 11, 2019, 2:11 PM IST


ନୂଆଦିଲ୍ଲୀ: ମୋଦି ଓ ଶାହାଙ୍କ ଦ୍ବାରା ନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିଛି ବିଜେପି । 2019ରେ ବିଜେପି 303 ଲୋକସଭା ଆସନରେ ବିଜୟୀ ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏହା ବାଦ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମଧ୍ୟ ଦଳ ଖରାପ ପ୍ରଦର୍ଶନ କରିଥିଲା । ପୁଣି ନିଜର ପତିଆରା ଜାହିର କରି ବିଜେପି ସଂସଦୀୟ ଆସନ ଗୁଡିକରେ ନିଜର ଦବଦବା ଜାହିର କରିଥିଲା । ସେହିପରି ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ ପରେ ଏନସିପି ସହ ବୁଝାମଣା ଆଦି ସବୁଥିରେ ମୋଦିଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ସ୍ଥାନୀୟ ନେତାଙ୍କର ଆବଶ୍ୟକତା ବାରି ହୋଇପଡିଥିଲା ।

ସେହିପରି ବିଜେପି ପରବର୍ତ୍ତୀ ସମୟରେ ଲୋକଙ୍କର ଆକ୍ରୋଶର ଶିକାର ହୋଇଥିଲା । ଦଳ ହରିୟାଣା ଓ ଗତ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଜିକ ଅଙ୍କ ଛୁଇଁ ପାରି ନଥିଲା । ଏପରିକି ମହାରାଷ୍ଟ୍ରରେ ନିଜର ପରାକାଷ୍ଠା ପ୍ରତିପାଦନରେ ଆଶଙ୍କା ଜାତ ହେବାରୁ ଶିବସେନା ସହ ନିର୍ବାଚନୀ ପୂର୍ବ ମେଣ୍ଟ କରିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଉପୁଜିଥିଲା । 50-50 ଫର୍ମୁଲାକୁ ବିଜେପି ଅସ୍ବୀକାର କରିବା ପରେ ଶିବସେନା ମେଣ୍ଟରୁ ଓହରିଯାଇଥିଲା । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବେଶ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାପରେ ଦେବେନ୍ଦ୍ର ଫର୍ଣ୍ଣାଡିଜ ନାଟକୀୟ ଭାବରେ ଏନସିପି ନେତା ଅଜିତ ପାୱାରଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଥିଲେ । ଯାହାପରେ ଶରତ ପାୱାରଙ୍କ ହସ୍ତକ୍ଷେପ ପରେ ଏହି ସରକାର ଭଙ୍ଗ ହୋଇଥିଲା । ଏହାପରେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବରେ ସରକାର ଗଠନ କରିଥିଲେ । ଯାହାକୁ ନେଇ ବିଜେପି ବେଶ ଲଜ୍ଜିତ ହୋଇଥିଲା । ସେହିପରି ମଧ୍ୟପ୍ରଦେଶରେ କମଳନାଥ ସରକାରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା । ଯେତେବେଳେ 6ରୁ ଅଧିକ ବିଧାୟକ କମଳନାଥଙ୍କ ସହ ବ୍ୟାପାର କରି ବସିଥିଲେ ।

ମୋଦିଙ୍କ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାର ଲକ୍ଷ୍ୟ ଏହାର ଏକ ପ୍ରଥମ କାରଣ ହୋଇପାରେ । ସେଥିପାଇଁ ବିଭିନ୍ନ ଦଳ ସହ ମେଣ୍ଟ କରିବାର ପ୍ରଶ୍ନ ଆସୁଥିବା ଦେଖିବାକୁ ମିଳୁଛି । ଯାହା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଦ୍ବିତୀୟରେ ଦଳୀୟ ନେତୃତ୍ବରେ ଅମିତ ଶାହା ରହିଥିବାବେଳେ ସେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ବିଭିନ୍ନ ଦଳୀୟ ଘଟଣାରେ ତାଙ୍କର କମ ଧ୍ୟାନ ରହୁଥିବା ଦେଖିବାକୁ ମିଳିଛି । ଜେପି ନଡ୍ଡା ଅନ୍ତରୀଣ ଅଧ୍ୟକ୍ଷ ରହିଥିଲେ ମଧ୍ୟ ସେ ଜଣେ ସଂଗଠକ ଭାବରେ ନିଜର ପରାକାଷ୍ଠା ପ୍ରତିପାଦିତ କଲା ଭଳି କିଛି ଦେଖାଯାଇନାହିଁ ।

ବିଜେପିର ନିର୍ବାଚନୀ ଭାଗ୍ୟ କେବଳ କେନ୍ଦ୍ରୀୟ ସଂଗଠକ ତଥା ସରକାରୀ କାର୍ଯ୍ୟରେ ଦଳୀୟ ପ୍ରମୁଖ ନେତୃତ୍ବଙ୍କ ସମୟ ଅତିବାହିତ ଉପରେ ନିର୍ଭର କରେ ବୋଲି କୁହାଯାଇପାରେ । ଶାସନରେ ପାଞ୍ଚବର୍ଷ ରହିବା ପରେ କୌଣସି ଦଳ ଲୋକପ୍ରିୟତାରେ ଆଞ୍ଚ ଆସିପାରେ । କୌଣସି ନେତା ସହିତ ଲୋକଙ୍କ ଭାବନା ସର୍ବଦା ପରିବର୍ତ୍ତନଶୀଳ । ସେଥିପାଇଁ ସାଫ୍ରନ ପାର୍ଟିକୁ ସତର୍କ ହେବାର ସମୟ ଆସିଛି । କୌଣସି ଦଳ ରାଜନୀତିରେ ଚିରସ୍ଥାୟୀ ନୁହେଁ ବୋଲି ସେମାନଙ୍କୁ ବୁଝିବାକୁ ହେବ ।

ହଁ ଏହା ସତ ଯେ ମୋଦି ଜଣେ ଅପ୍ରତିଦ୍ବନ୍ଦ୍ବୀ ଜାତୀୟ ନେତା ଭାବେ ଉଭା ହୋଇଛନ୍ତି । କିନ୍ତୁ କଂଗ୍ରେସର ଚକ୍ରାନ୍ତରୁ ତାଙ୍କୁ ବଞ୍ଚିବା ଆବଶ୍ୟକତା ରହିଛି । ଏପରିକି ଦେଶ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛି । ତାହା ମଧ୍ୟ ସରକାରଙ୍କ ପାଇଁ କାଳ ହୋଇପାରେ ।

ABOUT THE AUTHOR

...view details