ଓଡିଶା

odisha

ETV Bharat / bharat

ସରକାରୀ ସ୍କୁଲରେ ନିଜ ପିଲାଙ୍କୁ ଆଡମିସନ୍ କରାଇ ଉଦାହରଣ ସାଜିଲେ ଉପଜିଲ୍ଲାପାଳ

ବର୍ତ୍ତମାନ ସ୍ଥିତିରେ ସରକାରୀ ସ୍କୁଲରେ ନିଜର ପିଲାଙ୍କୁ ପାଠ ପଢାଇବା ପାଇଁ କୌଣସି ଅଭିଭାବକ ଆଗ୍ରହ ପ୍ରକାଶ କରୁନଥିବା ବେଳେ, ରାୟପୁରର 2 ଜଣ ଉପଜିଲ୍ଲାପାଳ ସରକାରୀ ଶିକ୍ଷାନୁଷ୍ଠାନରେ ନିଜର ପିଲାଙ୍କ ନାଁ ଲେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

By

Published : Aug 3, 2019, 3:10 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ରାୟପୁର: ସରକାରୀ ସ୍କୁଲରେ ନିଜ ପିଲାକୁ ପାଠ ପଢାଇବା କଥା ଶୁଣିଲେ ଅଭିଭାବକ ନାକ ଟେକିବାରେ ଲାଗିଛନ୍ତି । ସରକାରୀ ସ୍କୁଲରେ ଭଲ ପାଠପଢା ହେଉନଥିବା କହି ଘରୋଇ ସ୍କୁଲରେ ନିଜର ପିଲାଙ୍କ ଆଡମିସନ କରାଉଛନ୍ତି । ଏପରି ମାନସିକତାରେ ପରିବର୍ତ୍ତନ ଆଣିବାକୁ ଯାଇ 2 ଜଣ ଉପଜିଲ୍ଲାପାଳ ଅନ୍ୟମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି ।

ଛତିଶଗଡର ରାୟପୁରର ଦୁଇ ଜଣ ଉପଜିଲ୍ଲାପାଳ ନିଜର ଛୁଆଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇଥିବା ଘଟଣା ସାମ୍ନାକୁ ଆସିଛି । ଉପଜିଲ୍ଲାପାଳ ରାଜୀବ ପାଣ୍ଡେ ତାଙ୍କର 2 ଜଣ ଝିଅ ଅବନ୍ତିକା ପାଣ୍ଡେ ଓ ଆଶି ପାଣ୍ଡେଙ୍କୁ ସରକାରୀ ସ୍କୁଲରେ ଆଡମିଶନ କରାଇଛନ୍ତି। ଅନ୍ୟ ଜଣେ ଉପଜିଲ୍ଲାପାଳ ଉଜ୍ଜ୍ବଳ ପୋରବାଲ ତାଙ୍କ ମଧ୍ୟ ପୁଅ ସକ୍ଷମ ପୋରବାଲଙ୍କର ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ।

ଉପଜିଲ୍ଲାପାଳ ରାଜୀବ ପାଣ୍ଡେଙ୍କ ପତ୍ନୀ ଏନେଇ କହିଛନ୍ତି ଘରୋଇ ସ୍କୁଲ ଓ ସରକାରୀ ସ୍କୁଲରେ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏହା ସବୁ ନିଜର ଦୁର୍ବଳ ମାନସିକତା । ଦୁଇ ଜଣ ଉପଜିଲ୍ଲାପାଳଙ୍କର ଏପରି ପଦକ୍ଷେପ ଯୋଗୁଁ ଏବେ ସାଧାରଣ ଲୋକଙ୍କର ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢିବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details