ମୁମ୍ବାଇ: ସୋମବାର ମହାରାଷ୍ଟ୍ରରେ ରାଜନୈତିକ ପାଣିପାଗ ଘନଘନ ବଦଳିବାରେ ଲାଗିଥିଲା । ବହୁମତ ପାଇଁ ପାଗଭିଡା ଜାରି ରହିଥିବା ବେଳେ ସିଏମ ଦେବେନ୍ଦ୍ର ଫଡନାଭିସ ନିଜ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ଏହାସହ ଏକ ବୈଠକ ମଧ୍ୟ ରଖିଥିଲେ । ମାତ୍ର ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିବା ପରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ତ ରହିଥିଲେ ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖ ସିଟ୍ ଉପମୁଖ୍ୟମନ୍ତ୍ରୀ ଆସନ ଖାଲି ପଡିଥିଲା । ବୈଠକରେ ଅଜିତ ପାୱାର ଅନୁପସ୍ଥିତ ରହିଥିଲେ ।
ସୋମବାର ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ବିଶ୍ବ ବ୍ୟାଙ୍କ ପ୍ରତିନିଧିଙ୍କ ସହ ପୂର୍ବ ପ୍ରସ୍ତାବିତ ଏକ ବୈଠକ ଆୟୋଜିତ କରାଯାଇଥିଲା । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନରେ ସୁଧାର ଓ ବନ୍ୟା, ମରୁଡି ପ୍ରବନ୍ଧନ ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଥିଲା । ମାତ୍ର ଏହି ବୈଠକରେ ଅଜିତଙ୍କ ଅନୁପସ୍ଥିତି ଚର୍ଚ୍ଚା ପ୍ରସଙ୍ଗ ପାଲଟିଛି । ମୁଖ୍ୟମନ୍ତ୍ରୀ ଭାବରେ ଜିତ୍ ଦେଇଥିବା ଅଜିତଙ୍କ ଗାଏବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।