ହାଇଦ୍ରାବାଦ: ରବିବାର ସକାଳେ ହାଇଦ୍ରାବାଦ ସ୍ଥିତ ବନସ୍ଥଲୀପୁରମ ଡାକଘର ନିକଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଡାକଘରକୁ ସହାୟତା ଟଙ୍କା ନେବା ପାଇଁ ଆସି ଜଣେ ମହିଳା ଦୀର୍ଘ ସମୟ ଧରି ଧାଡିରେ ଛିଡା ହୋଇଥିଲେ । ପରେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସେଠାରେ ଥିବା ଲୋକମାନେ ମହିଳାଙ୍କ ଚେତା ଫେରାଇ ଆଣିବାପରେ ମହିଳା ଜଣଙ୍କ ହଠାତ ରାସ୍ତାରେ ପଡିଥିବା ବାଲି ଧୂଳି ଖାଇବାରେ ଲାଗିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଲୋକମାନେ ତାଙ୍କୁ ବୁଝାଇସୁଝାଇ ଛାଇରେ ବସାଇବାପରେ ସେ ସ୍ଥିର ହୋଇଥିଲେ ।
କୋରୋନା ସହାୟତା ନେବାକୁ ଆସି ମହିଳାଙ୍କ ଅଦ୍ଭୁତକାଣ୍ଡ, ଖାଇଲେ ଧୂଳି
ଡାକଘରକୁ ସହାୟତା ଟଙ୍କା ନେବା ପାଇଁ ଆସି ଜଣେ ମହିଳା ଦୀର୍ଘ ସମୟ ଧରି ଧାଡିରେ ଛିଡା ହୋଇଥିଲେ । ପରେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସେଠାରେ ଥିବା ଲୋକମାନେ ମହିଳାଙ୍କ ଚେତା ଫେରାଇ ଆଣିବାପରେ ମହିଳା ଜଣଙ୍କ ହଠାତ ରାସ୍ତାରେ ପଡିଥିବା ବାଲି ଧୂଳି ଖାଇବାରେ ଲାଗିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ବ୍ୟକ୍ତିମାନ ଆଶ୍ଚର୍ଯ୍ୟ ହୋଇଥିଲେ । ଅଧିକ ପଢନ୍ତୁ...
କୋରୋନା ସହାୟତା ନେବାକୁ ଆସି ମହିଳାଙ୍କ ଅଦ୍ଭୁତକାଣ୍ଡ, ଖାଇଲେ ଧୂଳି
ବନସ୍ଥଲୀପୁରମ ଡାକଘରେ ସରକାରୀ ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ପ୍ରତିଦିନ ସକାଳ 5ଟାରୁ ଲୋକଙ୍କ ଭିଡ ଜମିଥାଏ । ସେହି ଅଞ୍ଚଳକୁ ରେଡଜୋନ ଘୋଷଣା ପରେ ମଧ୍ୟ ଲୋକଙ୍କ ଭିଡ଼ କମିନଥିବା ଦେଖିବାକୁ ମିଳିଛି । ଉଲ୍ଲେଖଯୋଗ୍ୟ, ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନଙ୍କୁ ଏଠାରେ ଟଙ୍କା ବଣ୍ଟନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ