ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜଭବନ ଘେରିଲା କଂଗ୍ରେସ, ସିଆରପିଏଫ ନିୟୋଜିତ କରିବାକୁ ବିଜେପିର ଦାବି - ରାଜସ୍ଥାନ ରାଜଭାବନ

ରାଜସ୍ଥାନ ରାଜଭବନରେ କଂଗ୍ରେସ ବିଧାୟକଙ୍କ ନାରାବାଜିକୁ ଘୋର ନିନ୍ଦା କରିଛି ରାଜ୍ୟ ବିଜେପି । ଏଠାରେ ସିଆରପିଏଫ ଜବାନଙ୍କୁ ନିୟୋଜିତ କରିବାକୁ ଦାବି ଜଣାଇଛନ୍ତି ବିରୋଧିଦଳ ନେତା ଗୁଲାବ ଚନ୍ଦ୍ର କଟାରିଆ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜଭାବନରେ କଂଗ୍ରେସ ନେତାଙ୍କ ଧାରଣା, ସିଆରପିଏଫ ନିୟୋଜିତ କରିବାକୁ ବିଜେପିର ଦାବି
ରାଜସ୍ଥାନ ରାଜଭାବନରେ କଂଗ୍ରେସ ନେତାଙ୍କ ଧାରଣା, ସିଆରପିଏଫ ନିୟୋଜିତ କରିବାକୁ ବିଜେପିର ଦାବି

By

Published : Jul 24, 2020, 6:00 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା କଂଗ୍ରେସ ବିଧାୟକମାନେ ଏବେ ରାଜଭାବନ ପରିସରରେ ଧାରଣା ଦେଇଛନ୍ତି । କେବଳ ଏତିକି ନୁହେଁ ଏମାନେ ରାଜ୍ୟପାଳଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ମଧ୍ୟ ଶୁଣବାକୁ ମିଳିଛି । ଯେତେଯାଏଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ କଥା ନଶୁଣିବେ, ସେତେଯାଏଁ ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକମାନେ । ଏପରିସ୍ଥିତିରେ କଂଗ୍ରେସ ବିଧାୟକଙ୍କ ଏପରି କାର୍ଯ୍ୟକଳାକୁ ଘୋର ନିନ୍ଦା କରିଛି ରାଜସ୍ଥାନ ବିଜେପି ।

ରାଜଭାବନ ପରିସରରେ ଯେପରି ବିଧାୟକମାନେ ସ୍ଲୋଗାନ ଦେଉଛନ୍ତି ତାହା ନିନ୍ଦନୀୟ ବୋଲି କହିଛନ୍ତି ରାଜସ୍ଥାନର ବିରୋଧି ଦଳ ନେତା ଗୁଲାବ ଚନ୍ଦ୍ର କଟାରିଆ । ଦେଶର ଆଇନ ବିଶେଷଜ୍ଞ ବିଧାୟକଙ୍କର ଏହି କାର୍ଯ୍ୟକଳାପ ଉପରେ ଦୃଷ୍ଟି ପକାନ୍ତୁ ବୋଲି କହିଛନ୍ତି କଟାରିଆ । ରାଜସ୍ଥାନର ଆଇନ ଶୃଙ୍ଖଳାକୁ ରାଜ୍ୟ ପୋଲିସ ହାତରେ ଟେକି ନଦେଇ ଏଠାରେ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଉ ବୋଲି ସେ ଦାବି ଜଣାଇଛନ୍ତି ।

ନିଜପାଖରେ ସଂଖ୍ୟା ବଳ ଥିବା ଦାବି କରି ଅଶୋକ ଗେହଲଟ ଶିଘ୍ର ବିଧାନସଭା ଅଧିବେଶନ ଡକାଇବାକୁ ଦାବି କରିଥିଲେ । ତେବେ କୋରୋନା ମହାମାରୀର ସଂକ୍ରମଣ ଯୋଗୁଁ ଅଧିବେଶନକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ।

ABOUT THE AUTHOR

...view details