ଓଡିଶା

odisha

ETV Bharat / bharat

ମୃତ କର୍ମଚାରୀଙ୍କ ସରକାରୀ ବଦଳି - ରେଳବିଭାଗ

ଦେଢ ବର୍ଷ ଆଗରୁ ପ୍ରାଣ ହରାଇଥିବା ଜଣେ ରେଳ କର୍ମଚାରୀଙ୍କୁ ତାଙ୍କର କାର୍ଯ୍ୟକ୍ଷେତ୍ରରେ ବଦଳି କରାଯାଇଛି । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 5, 2019, 4:59 PM IST

ଭୋପାଳ: ମୃତ କର୍ମଚାରୀଙ୍କୁ ବଦଳି କରିଛି ଭାରତୀୟ ରେଳବାଇ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ରେଳବାଇରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଗତ ବର୍ଷରୁ ମୃତ୍ୟୁ ହୋଇଥିଲେ ବି ତାଙ୍କର ବଦଳି କରାଯାଇଛି। ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ରେଳବିଭାଗ ନିଜ ଦୋଷକୁ ସ୍ବୀକାର କରିବା ସହ ତାଙ୍କ ନାମକୁ ବଦଳି ସୂଚୀରୁ ହଟାଇଛି।

ମୋହନ ଲାଲ ନାମକ ଜଣେ ବ୍ୟକ୍ତି ଭୋପାଳର ମିଡଘାଟ ରେଳ ଷ୍ଟେସନରେ କାମ କରୁଥିଲେ । ହେଲେ ଦେହ ଅସୁସ୍ଥ ଥିବା ଯୋଗୁଁ ଗତବର୍ଷ ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ମୃତ୍ୟୁ ହେବାର ଦେଢବର୍ଷ ପରେ ତାଙ୍କର ବଦଳି ହୋଇଥିବାର ଖବର ମିଳିଥିଲା । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ରେଳ ବିଭାଗ ନିଜ ଭୁଲକୁ ସ୍ବୀକାର କରିବା ସହ ବଦଳି ସୂଚୀରୁ ତାଙ୍କ ନାମକୁ ହଟାଇ ଦେଇଛି।

ABOUT THE AUTHOR

...view details