ଓଡିଶା

odisha

ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ, ଶିଶୁକୁ କୋଳରେ ଧରି ଧାଇଁଲା ମାଆ

ଉତ୍ତରପ୍ରଦେଶର ସାହାଜାହାନପୁରରେ ଘଟିଛି ଏମିତି ଏକ ଘଟଣା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ୍ବୁଲାନ୍ସ ନମିଳିବାରୁ ନିଜ ଶିଶୁକୁ କୋଳରେ ଧରି ଶିଶୁଭବନ ଧାଇଁଛି ଜଣେ ଅସହାୟ ମାଆ ।

By

Published : May 27, 2019, 11:18 PM IST

ଫଟୋ ସୌଜନ୍ୟ- ଏଏନଆଇ

ଲକ୍ଷ୍ନୌ: ଦେଶରେ କେଉଁଠି ନା କେଉଁଠି ସ୍ବାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରତିଦିନ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି । କେଉଁଠାରେ ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି ତ ଆଉ କେଉଁଠି ସଠିକ ଇଞ୍ଜେକ୍ସନ ବଦଳରେ ଦିଆଯାଉଛି ଭୁଲ ଇଞ୍ଜେକ୍ସନ । ତେବେ ଏମିତି ଏକ ଘଟଣା ଉତ୍ତରପ୍ରଦେଶର ସାହାଜାହାନପୁରରେ ଘଟିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ୍ବୁଲାନ୍ସ ନ ମିଳିବାରୁ ନିଜ ଶିଶୁକୁ କୋଳରେ ଧରି ଶିଶୁଭବନ ଧାଇଁଛି ଜଣେ ଅସହାୟ ମାଆ ।

ଏଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ସରକାରଙ୍କ ଯୋଜନା ଯାହା ତାହାଠାରୁ ବଳି ଯାଉଛି କର୍ମଚାରୀଙ୍କ ବ୍ୟବହାର । ଘଟଣାଟି ଏପରି, ପ୍ରଥମେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ ଶିଶୁ ଭବନ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ମାତ୍ର ଆମ୍ବୁଲାନ୍ସ ନଥିବା କହି କଥାକୁ ଏଡାଇ ଦେଇଥିଲେ ହସ୍ପିଟାଲ କର୍ମଚାରୀ । ଯେଉଁଠାରେ ତିନି ତିନୋଟି ଆମ୍ବୁଲାନ୍ସ ରହିଥିଲା ।

ପରିବାର ପାଖରେ ଟଙ୍କାଟିଏ ନଥିବାରୁ ସେମାନେ ଶିଶୁକୁ ସେହି ମୁର୍ମୂଷୁ ଅବସ୍ଥାରେ ନିଜ କୋଳରେ ଧରି ଶିଶୁଭବନ ଯିବା ବାଟରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଯଦି ସଠିକ ସମୟରେ ଆମ୍ବୁଲାନ୍ସ ମିଳିଯାଇଥାନ୍ତା ତେବେ ଶିଶୁର ଜୀବନ ବଞ୍ଚିଯାଇଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି ।

ତେବେ ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି ।

ABOUT THE AUTHOR

...view details