ନୂଆଦିଲ୍ଲୀ: ଦିଲ୍ଲୀରେ ଲଗାତାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଆସିଥିବା ରିପୋର୍ଟ ମୁତାବିକ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1 ହଜାର ପାର କରିସାରିଛି । ଏହାସହିତ ଦିଲ୍ଲୀର ଆଖାପାଖ ରାଜ୍ୟ ଓ ଏନସିଆରରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି ।
ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1000 ପାର, କଂଗ୍ରେସ ଟାର୍ଗେଟରେ କେଜ୍ରିୱାଲ - ଦିଲ୍ଲୀରେ ଲଗାତାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି
ଦିଲ୍ଲୀରେ ସୋମବାର ଆସିଥିବା ରିପୋର୍ଟ ମୁତାବିକ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1 ହଜାର ପାର କରିସାରିଛି । ଯାହାକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।
![ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1000 ପାର, କଂଗ୍ରେସ ଟାର୍ଗେଟରେ କେଜ୍ରିୱାଲ](https://etvbharatimages.akamaized.net/etvbharat/prod-images/768-512-4987764-thumbnail-3x2-cong.jpg)
ଏହି ଘଟଣାରେ ଇଟିଭି ଭାରତର ଟିମ ନର୍ଥ ଏମସିଡିର କଂଗ୍ରେସ ନେତା ମୁକେଶ ଗୋୟଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ମୁକେଶ କହିଛନ୍ତି, ଦୀପାବଳି ସମୟରେ ଡେଙ୍ଗୁର ସଂଖ୍ୟା କମ ହୋଇଥାଏ ନଚେତ ସମ୍ପୂର୍ଣ୍ଣ ନାଶ ହୋଇଥାଏ । କିନ୍ତୁ ଚଳିତବର୍ଷ ଓଲଟା ଦେଖିବାକୁ ମିଳିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ସପ୍ତାହରେ 200 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ମୁକେଶ ଗୋୟଲ ଏନେଇ ସିଧା ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି । ନଚେତ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି କିପରି । ସେ କହିଛନ୍ତି ଦିଲ୍ଲୀ ସରକାର କେବଳ ଏନେଇ ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ନଗର ନିଗମକୁ ଅଧିକ ସାବଧାନତା କରାଇବା ଉଚିତ । ଏହା ସହିତ ସେ ଦିଲ୍ଲୀ ସିଏମ କେଜରୀଓ୍ବାଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଡେଙ୍ଗୁ ସଂଖ୍ୟାରେ ଯଦି ହ୍ରାସ ହେଲେ ଏହାର ବାଃହାବା ନେଉଛନ୍ତି ତେବେ ବର୍ତ୍ତମାନ ପରିସ୍ଥିତିରେ ଏହାର ଦାୟିତ୍ବନେଇ କିଛି ସମାଧାନର ବାଟ ବାହାର କରିବା ଉଚିତ ।