ହାଇଦ୍ରାବାଦ: ଡେଙ୍ଗୁ, ବର୍ତ୍ତମାନ ଅଧିକ ବ୍ୟାପୁଥିବା ରୋଗ । ପ୍ରତିଦିନ ଏସସିବିରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ବର୍ଷଯାକ ଆମେ ଏହି ଡେଙ୍ଗୁ ରୋଗ ସହ ସଂଘର୍ଷ କରୁଛେ । ବର୍ଷକୁ ଭାରତରେ ପ୍ରାୟ 3.3 କୋଟି ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି । ହଇଜା, ବସନ୍ତ ଆଦି ରୋଗରୁ ମୁକ୍ତ ହୋଇଥିଲେ ମଧ୍ୟ ଡେଙ୍ଗୁରୁ ରକ୍ଷା ପାଇ ପାରୁନେ । ଏପରିକି ଦେଶର 10 କୋଟି ଲୋକଙ୍କୁ ଡେଙ୍ଗୁର କୌଣସି ଲକ୍ଷଣ ଦେଖା ନଥିଲେ ମଧ୍ୟ ଡେଙ୍ଗୁ ଜ୍ବର ହେଉଛି । ଏ କଥା ଆମେ କହୁନୁ, ଜାତୀୟ ସ୍ତରରେ ହୋଇଥିବା ସର୍ଭେରୁ ଜଣାପଡିଛି । ସାଧାରଣତଃ ଏହି ରୋଗ ଶିଶୁ ଓ ସହରାଞ୍ଚଳରେ ବେଶି ବ୍ୟାପୁଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।
ଆଗରୁ ଏହାର ଲକ୍ଷଣ ନଜର ଆସୁଥିଲେ ମଧ୍ୟ ବର୍ତ୍ତମାନ ଲକ୍ଷଣ ବି ଦେଖିବାକୁ ମିଳୁନି ଫଳରେ ଲୋକ ଅଧିକ ଭୟଭୀତ ଅଛନ୍ତି । ଏହା ମୁଖ୍ୟତଃ ମସ୍ତିସ୍କ, ହୃତପିଣ୍ତ, ଯକୃତ ଉପରେ ପ୍ରଭାବ ପକାଇଥାଏ । 98 ପ୍ରତିଶତ ଡେଙ୍ଗୁ ଜର ଆକାରରେ ହୋଇଥାଏ ଓ ଔଷଧ ଖାଇଲେ ଭଲ ହୋଇଯାଏ । ପରେ ପୁଣି ଡେଙ୍ଗୁ ଆସେ, ଏହାକୁ ଆମେ ଏତେ ଗମ୍ଭୀରତାର ସହ ନେଇ ନଥାଉ । ସରକାର ସର୍ବଦା ଲୋକଙ୍କୁ ସେଚତନ କରିବା ପାଇଁ ଡେଙ୍ଗୁ ମଶା ଠାରୁ ରକ୍ଷା ପାଇଁ ମଶାରୀ ଯୋଗାଉଛନ୍ତି । ଗ୍ରାମାଞ୍ଚଳରେ ପରିବାରର ପ୍ରତି ସଦସ୍ୟଙ୍କୁ ମାଗଣା ମଶାରୀ ଯୋଗାଇ ଦିଆଯାଉଛି ମାତ୍ର ତଥାପି ଲୋକ ସଚେତନ ହେଉନାହାଁନ୍ତି ।
ଡେଙ୍ଗୁର କେନ୍ଦ୍ରସ୍ଥଳ:-
‘ଫ୍ଲାଭିଭାଇରସ୍’ କାରଣରୁ ଡେଙ୍ଗୁ ହୋଇଥାଏ । ଏହା ଚାରି ପ୍ରକାର-ଡେଙ୍ଗୁ1, ଡେଙ୍ଗୁ2, ଡେଙ୍ଗୁ3, ଡେଙ୍ଗୁ4 । ମାଇ ମଶା ଏଡେସ ଏଜିପ୍ଟ ଦ୍ବାରା ରୋଗ ବ୍ୟାପିଥାଏ । ଯଦି ଡେଙ୍ଗୁର ଗୋଟେ ପ୍ରକାର ମଶା କାମୁଡିଲା ତେବେ କେବଳ ଜର ହେବାର ସମ୍ଭାବନା ରହିଛି । ଯଦି ଏହା ପରେ ଡେଙ୍ଗୁ4 ମଶା କାମୁଡିଲା ତେବେ ଡେଙ୍ଗୁ ହେବାର ଅନେକ ସମ୍ଭାବନା ରହିଛି ।
ସବୁ ପ୍ରକାର ମଶା କଣ ଡେଙ୍ଗୁର କାରଣ ?
ନାଁ, ଯେଉଁ ମଶା ଡେଙ୍ଗୁ ରୋଗ ବାହକ ଭାଇରସକୁ ଧରି ରଖିଥାଏ କେବଳ ସେହି ମଶା ଦ୍ବାରା ହିଁ ଡେଙ୍ଗୁ ହୋଇଥାଏ । ବେଳେବେଳେ ଭାଇରସ ଥିବା ମଶା କାମୁଡିଲେ ମଧ୍ୟ ଜର ହୋଇନଥାଏ । କାରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଦି ଥାଏ ତେବେ ସେ ଭାଇରସ ରୋଗ କରିପାରିବ ନାହିଁ । କେବଳ 10 ପ୍ରତିଶତ ଲୋକଙ୍କୁ ଜର ହେବାର ସମ୍ଭାବନା ରହିଛି । କେତେକ ମୁଣ୍ଡବିନ୍ଧା ଓ ଶରୀର ପିଡାର ମଧ୍ୟ ଶିକାର ହୋଇଥାନ୍ତି ।
କେବେ ଡାକ୍ତରଖାନାରେ ଚିକିତ୍ସିତ ହେବେ ?
ପେଟ କାଟିବା, ବାନ୍ତି ହେବା, ଛାତିପୋଡିବା ଆଦି ଲକ୍ଷଣ ଡେଙ୍ଗୁର ଲକ୍ଷଣ । ଏହପରେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ୍ । ରକ୍ତଚାପ ହ୍ରାସ ପାଇବା ସହ ଲଗାତାର ରକ୍ତସ୍ରାବ ଓ କୌଣସି ଅଙ୍ଗ ଅକାମୀ ହୋଇଯିବା ମଧ୍ୟ ଡେଙ୍ଗୁର ଲକ୍ଷଣ । ଏହି ମାମଲାରେ ରୋଗୀକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତୀ କରାଯିବା ଉଚିତ୍ । ମଧୁମେହ ଥିବା ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା, ଆନେମିଆ, ମୋଟା ବ୍ୟକ୍ତି ଆଦିଙ୍କୁ ଡେଙ୍ଗୁ ଖୁବ ଶୀଘ୍ର ହୋଇଥାଏ ।