ହାଇଦ୍ରାବାଦ: ସେଦିନ ଥିଲା 2016 ନଭେମ୍ବର 8। 500 ଏବଂ 1000 ଟଙ୍କିଆ ନୋଟ ଅଚଳ ହେବ ବୋଲି ଘୋଷଣା କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମୁଦ୍ରାକରଣ ହେବା କଥା ଶୁଣି ସାରା ଦେଶରେ ଚହଳ ପଡିଥିଲା । ସେହି ଦିନଠାରୁ ଆରମ୍ଭ ହୋଇଥିଲା ଏକ ସର୍ଭେ। ବିମୁଦ୍ରାକରଣ ହେବା ଯୋଗୁଁ କେତେ କ୍ଷତି ଏବଂ ଲାଭ ହୋଇଛି ତାହାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରୁ ଜଣାଗଲା ଯେ ବିମୁଦ୍ରାକରଣ ଯୋଗୁଁ 50 ଲକ୍ଷ ଲୋକ ନିଜ ଚାକିରି ହରାଇଛନ୍ତି ।
ବିମୁଦ୍ରାକରଣ ନେଲା 50 ଲକ୍ଷ ଲୋକଙ୍କ ଚାକିରି ! - pm modi
ବିମୁଦ୍ରାକରଣ ଯୋଗୁଁ ଦେଶର ବହୁ ଲୋକ ବେରୋଜଗାର ହୋଇଛନ୍ତି। ନୋଟ ବନ୍ଦୀ ହେବା ପରଠୁ ଦେଶରେ ନିଯୁକ୍ତି ସଂକଟ ଆହୁରି ଭୟାବହ ହୋଇପଡିଛି । 'ଷ୍ଟେଟ ଅଫ୍ ୱାର୍କିଂ ଇଣ୍ଡିଆ 2019' ରିପୋର୍ଟରେ ଏହା ପ୍ରକାଶ ପାଇଛି ।
ବିମୁଦ୍ରାକରଣ ଯୋଗୁଁ ଦେଶର ବହୁ ଲୋକ ବେରୋଜଗାର ହୋଇଛନ୍ତି । ନୋଟ ବନ୍ଦୀ ହେବା ପରଠୁ ଦେଶରେ ନିଯୁକ୍ତି ସଂକଟ ଆହୁରି ଭୟାବହ ହୋଇପଡିଛି । ଅଜୀମ ପ୍ରେମଜୀ ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନବଲ ଏମପ୍ଲୋଏମେଣ୍ଟର 'ଷ୍ଟେଟ ଅଫ୍ ୱାର୍କିଂ ଇଣ୍ଡିଆ 2019' ର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ମୋଦି ସରକାରଙ୍କ ନୋଟ ବନ୍ଦୀ ନିଷ୍ପତ୍ତି 50 ଲକ୍ଷ ଲୋକଙ୍କର ନିଯୁକ୍ତି ଉପରେ ଆଞ୍ଚ ଆସିଛି। ଗତ ଏକ ଦଶନ୍ଦି ମଧ୍ୟରେ ବେରୋଜଗାରୀର ହାର ବୃଦ୍ଧି ପାଇଛି ।
'ଷ୍ଟେଟ ଅଫ୍ ୱାର୍କିଂ ଇଣ୍ଡିଆ 2019' ରିପୋର୍ଟ ଅନୁସାରେ ଭାରତରେ 20 ରୁ 24 ବର୍ଷ ବୟସର ଲୋକଙ୍କ ମଧ୍ୟରେ ନିଯୁକ୍ତି ସମସ୍ୟା ଅଧିକ ଦେଖିବାକୁ ମିଳିଛି । 2016 ମସିହା ପରଠୁ ଦେଶରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏଠାରେ କହିରଖୁଛୁ ଯେ ଦେଶର ବେରୋଜଗାରୀ ସମସ୍ୟା ଉପରେ ନ୍ୟାଶନାଲ ସ୍ପେସିଆଲ ସର୍ଭେ ଅର୍ଗାନାଇଜେସନ (ଏନଏସଏସଓ) ର ସର୍ଭେ ରିପୋର୍ଟ ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ ।