ଓଡିଶା

odisha

ETV Bharat / bharat

ହିଂସାକାଣ୍ଡରେ ଭାଙ୍ଗିଲା ଆମ୍ବେଦକରଙ୍କ ମୂର୍ତ୍ତି, 15 ଘଣ୍ଟାରେ ଗଢିଲା ପ୍ରଶାସନ - Ambedkar statue in Vedaranyam violence replaced

ଅସବର୍ଣ୍ଣ ସମ୍ପ୍ରଦାୟର ଲୋକେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଷ୍ଟେସନ ନିକଟରେ ପୋଡି ଦେଇଥିଲେ । ଏହାକୁ ବିରୋଧ କରି ସବର୍ଣ୍ଣ ସମ୍ପ୍ରଦାୟର ଲୋକେ ଦିନବେଳା ସର୍ବସାଧାରଣରେ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିଦେଇଥିଲେ ।

ନୂଆ ଆମ୍ବେଦକର ପ୍ରତିମୂର୍ତ୍ତି

By

Published : Aug 26, 2019, 2:40 PM IST

ଚେନ୍ନାଇ: ତାମିଲନାଡୁର ନାଗପଟ୍ଟିନମ ଜିଲ୍ଲାରେ ଚାଲିଥିବା ସାମ୍ପ୍ରଦାୟିକ ହିଂସା ଏବେ କୋହଳ ହେବାରେ ଲାଗିଛି । ବ୍ୟାପକ ପୋଲିସ ମୁତୟନ ସହ କିଛି ଲୋକଙ୍କ ଗିରଫ ପରେ ଏହି ହିଂସାକାଣ୍ଡ କିଛିମାତ୍ରାରେ ଶାନ୍ତ ପଡିଛି । ଏହାସହ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ବି ଆର ଆମ୍ବେଦକରଙ୍କ ମୂର୍ତ୍ତି ପୁଣି ନୂଆ ତିଆରି କରାଯାଇଛି ।

ନାଗପଟ୍ଟିନମ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଏକ ସାଧାରଣ କଥା । କିନ୍ତୁ ଗତକାଲି(ରବିବାର) ଏକ କାର ଦୁର୍ଘଟଣା ପରେ ଏହା ଅତ୍ୟନ୍ତ ଗୁରୁତର ରୂପ ଧାରଣ କରିଥିଲା । ଅସବର୍ଣ୍ଣ ସମ୍ପ୍ରଦାୟର ଜଣେ ଲୋକ ସହ ଜଣେ ସବର୍ଣ୍ଣ ଶ୍ରେଣୀ ଲୋକର କାର ଧକ୍କା ଦେବା ପରେ ଏହି ଘଟଣା ତୀବ୍ର ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଯୋଗୁଁ ଭେଦରାନାୟମ ସହରରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା ।

ଅସବର୍ଣ୍ଣ ସମ୍ପ୍ରଦାୟର ଲୋକେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଷ୍ଟେସନ ନିକଟରେ ପୋଡି ଦେଇଥିଲେ । ଏହାକୁ ବିରୋଧ କରି ସବର୍ଣ୍ଣ ଗୋଷ୍ଠୀର ଲୋକ ଦିନବେଳା ସର୍ବସାଧାରଣରେ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗି ଦେଇଥିଲେ। ମୂର୍ତ୍ତିର ମୁଣ୍ଡକୁ ପିଟି ପିଟି ଉତ୍ତ୍ୟକ୍ତ ଲୋକେ ଭାଙ୍ଗିଦେଇଥିଲେ । ଏହାପରେ ହିଂସାକାଣ୍ଡ ତୀବ୍ର ରୂପ ନେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ(ତାମିଲନାଡୁ)

ତେବେ ମୂର୍ତ୍ତି ଭଙ୍ଗା ଘଟଣା ପରେ ହିଂସାକାଣ୍ଡ ବ୍ୟାପକ ହେବା ଆଶାରେ ପୋଲିସ ଓ ପ୍ରଶାସନ ରାତାରାତି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ମାତ୍ର 15 ଘଣ୍ଟା ମଧ୍ୟରେ ପ୍ରଶାସନ ନୂଆ 6 ଫୁଟର ଆମ୍ବେଦକର ମୂର୍ତ୍ତି ଠିଆ କରିଥିଲା । ସମାନ ଜାଗାରେ ଆଜି(ସୋମବାର) ସକାଳେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଭଙ୍ଗା ମୂର୍ତ୍ତି ବଦଳରେ ନୂଆ ମୂର୍ତ୍ତି ବସାଯାଇଥିଲା ।

ଏହି ସମୟରେ ସେଠାରେ ତ୍ରିଚି ଜୋନ ଆଇଜିଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଭେଦରାନାୟମ ସହରରେ 750 ପୋଲିସ ମୁତୟନ ହେବା ସହ ରାତାରାତି ପୋଲିସ 40 ଜଣଙ୍କୁ ଗିରଫ କରିଛି । ଏହାସହ ହିଂସାକାଣ୍ଡ ଏବେ ସାମାନ୍ୟ କମିଥିବାର ସୂଚନା ରହିଛି ।

ABOUT THE AUTHOR

...view details