ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି । ଦେଶରେ ଘୃଣାର ବିସ୍ତାର କରୁଥିବା ସଂଗଠନ ଲୋକଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସୋନିଆ ଗାନ୍ଧୀ କହିଛନ୍ତି, କେତେକ ସଂଗଠନ ଦେଶରେ ଘୃଣାର ବିସ୍ତାର କରୁଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିଜ ନିଜ ମଧ୍ୟରେ ଲଢେଇ କରେଇବା । ସ୍ବାଧୀନତା ଆଜି ବିପଦରେ ଅଛି, ଗଣତନ୍ତ୍ର ନଷ୍ଟ ହେଉଛି। ଭାରତର ଲୋକ, ଆଦିବାସୀ, ମହିଳା ଏବଂ ଯୁବକମାନେ ସ୍ବର ଉତ୍ତୋଳନ ନକରନ୍ତୁ ବୋଲି ଘୃଣା ବିସ୍ତାର କରୁଥିବା ଶକ୍ତିମାନେ ଚାହୁଁଥିବା ସୋନିଆ ଗାନ୍ଧୀ କହିଛନ୍ତି ।