ଓଡିଶା

odisha

ETV Bharat / bharat

ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ - ଆରପାରିରେ ଅରୁଣ ଜେଟଲୀ

ଅସ୍ତ ହୋଇଗଲେ ଅରୁଣ ଜେଟଲୀ । ଲିଭିଯାଇଛି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଜୀବନ ଦୀପ । ଶନିବାର ପୁଣି ଜଣେ ଟାଣୁଆ ନେତାଙ୍କୁ ଭାଙ୍ଗିପଡିଛି ବିଜେପି।

ଡିଜାଇନ ଫଟୋ

By

Published : Aug 24, 2019, 2:03 PM IST

Updated : Aug 24, 2019, 3:27 PM IST


ନୂଆଦିଲ୍ଲୀ: ଆରପାରିରେ ଅରୁଣ ଜେଟଲୀ । ମୋଦିି ସରକାରରେ ଅର୍ଥ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ସମ୍ଭାଳିଥିବା ଜେଟଲୀଙ୍କ ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ହୋଇଥିଲା, ଦୀର୍ଘ ଦିନ ଧରି ସେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ଚଳିତ ବର୍ଷ ଅଗଷ୍ଟ ମାସରେ ଦଳର ଦୁଇ ତୁଙ୍ଗ ନେତା ଅରୁଣ ଜେଟଲୀ ଏବଂ ସୁଷମା ସ୍ୱରାଜଙ୍କୁ ହରାଇଛି ଭାରତୀୟ ଜନତା ପାର୍ଟି (ବିଜେପି) ।

ସେପଟେ ନିଜ ଦଳର ଜଣେ ଟାଣୁଆ ନେତାଙ୍କୁ ହରାଇ ବିଜେପି ଶିବିରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ହରାଇବା ବ୍ୟକ୍ତିଗତ ଜୀବନରେ ଏକ ଅପୂରଣୀୟ କ୍ଷତିପୂରଣ ବୋଲି ଟ୍ବିଟ କରି ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ଜେଟଲୀ କେବଳ ଯେ ଦଳୀୟ ନେତା ନଥିଲେ ବରଂ ସେ ତାଙ୍କ ପରିବାରର ଜଣେ ସଦସ୍ୟ ଥିଲେ । ଯାହାଙ୍କ ଠାରୁ ସେ ସବୁବେଳେ ସହଯୋଗ ଓ ମାର୍ଗଦର୍ଶନ ପାଇଛନ୍ତି ବୋଲି କହିଛନ୍ତି ଅମିତ ଶାହା ।

ଫଟୋ ସୌଜନ୍ୟ: @AmitShah

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବୃତ୍ତିରେ ସେ ଜଣେ କୁଶଳୀ ଓକିଲ ସାଙ୍ଗକୁ ଅଭିଜ୍ଞ ନେତା ଥିଲେ । ଆଉ ମୁଁ ମୋର ଜଣେ ବନ୍ଧୁଙ୍କୁ ହରାଇଛି ବୋଲି କହିଛନ୍ତି ରାଜନାଥ। ଅରୁଣ ଜେଟଲୀ ବିଭିନ୍ନ କ୍ଷେତ୍ରରେ ଦେଶର ସେବା କରିବା ସହ ସେ ପାର୍ଟିର ସଙ୍ଗଠନର ଏକ ଆସେଟ ଥିଲେ । ଏଥିସହ ଦେଶର ଅର୍ଥନୀତିରେ ତାଙ୍କର ଯୋଗଦାନ ସବୁଦିନ ପାଇଁ ଚିରସ୍ମରଣୀୟ ରହିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଫଟୋ ସୌଜନ୍ୟ:@rajnathsingh

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଦେହାନ୍ତକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜେଟଲୀ ସମସ୍ତଙ୍କ ପାଇଁ ଜଣେ ମାର୍ଗଦର୍ଶକ ଥିଲେ । ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି । ଏଥି ସହ ତାଙ୍କର ବୃଦ୍ଧି, ଶୀତଳତା କାହା ସହ ସମକକ୍ଷ ନୁହେଁ ବୋଲି କହିଛନ୍ତି ନିର୍ମଳା ।

ଫଟୋ ସୌଜନ୍ୟ:@ nsitharaman
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ନିଜ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ପାଇଁ ଜେଟଲୀଙ୍କ ନିଧନ ବ୍ୟକ୍ତିଗତ, ପାରିବାରିକ ଭାବେ ଏକ ଅପୂରଣୀୟ କ୍ଷତିପୂରଣ । ଦେଶର ବିଶିଷ୍ଟ ଓକିଲଙ୍କ ମଧ୍ୟରେ ଜେଟଲୀ ଜଣେ । ଲୋକସଭା ଓ ରାଜ୍ୟସଭାରେ ସେ ଦେଇଥିବା ଭାଷଣ ସବୁବେଳେ ଚିରସ୍ମରଣୀୟ ରହିବ । ଆଉ ବିଜେପିକୁ ବିସ୍ତାର କରିବା ଦିଗରେ ତାଙ୍କର ତାଙ୍କର ସବୁଠି ବଡ ଯୋଗଦାନ ରହିଥିଲା ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

Last Updated : Aug 24, 2019, 3:27 PM IST

ABOUT THE AUTHOR

...view details