ବ୍ରିଟେନ କୋରୋନାକୁ ନେଇ ଜାରି ରହିଛି ଅନୁସନ୍ଧାନ ଓ ଗବେଷକ । ପ୍ରତିକାର ଠାରୁ ଏହାର କାରଣ ପ୍ରତିଟି ଜିନିଷର ଖୋଜିବାରେ ଲାଗିଛି ବିଶ୍ବର ବୈଜ୍ଞାନିକ । ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁମାନଙ୍କ ଶରୀରରେ ତ୍ରୁଟିପୂର୍ଣ୍ଣ 2 ଯୋଡା ଜିନ ରହିଛି ସେମାନଙ୍କ କ୍ଷେତ୍ରରେ କୋରୋନା ଅଧିକ କ୍ଷତିକାରକ ।
ଏକ୍ସଟର ମେଡିକାଲ୍ ୟୁନିଭରସିଟି ଓ କନେକ୍ଟିକଟ୍ ସ୍କୁଲ୍ ଅଫ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ବ୍ରିଟେନର ବାୟୋବ୍ୟାଙ୍କ ତଥ୍ୟ ଉପରେ ଗବେଷଣା କରିଥିଲେ। ଯେଉଁଥିରୁ ସେମାନେ ଜାଣିବାକୁ ପାଇଛନ୍ତି, ତ୍ରୁଟି ପୂର୍ଣ୍ଣ 2 ଯୋଡା APOE ଜିନ ରହିଛି ପାଖରେ ସେମାନଙ୍କ କ୍ଷେତ୍ରରେ କୋରୋନା ଅଧିକ କ୍ଷତିକାରକ ହୋଇପାରେ ।
36 ଜଣ ଇଉରୋପୀୟ ପିତୃପୁରୁଷଙ୍କ ଠାରେ ଏହି ଜିନର ଦୁଇଟି ତ୍ରୁଟିପୂର୍ଣ୍ଣ 2 ଯୋଡା ରହିଛି। ଏହା ଅଲଜାଇମର ରୋଗର ବିପଦକୁ 14 ଗୁଣ ବଢାଇଥାଏ । ଏହା ଦ୍ବାରା ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଥାଏ । ବର୍ତ୍ତମାନ, ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ଏହି ରୋଗରେ ପୀଡିତ ମଧ୍ୟ ହୋଇନଥିବେ ସେମାନେ ମଧ୍ୟ ଏହି ଜିନ୍ ମ୍ୟୁଟେସନ୍ ବହନ କରିବା ଦ୍ବାରା COVID-19ର ବିପଦକୁ ଦ୍ୱିଗୁଣିତ କରେ ।
ଏହି ଟିମ୍ ପୂର୍ବରୁ ଜାଣିବାକୁ ପାଇଛି ଯେ ଡିମେନଟିଆ ଆକ୍ରାନ୍ତ( ଯେଉଁମାନଙ୍କ ମାନସିକ ସ୍ଥିତି ଠିକ ନଥାଏ) ବ୍ୟକ୍ତିମାନେ କୋଭିଡ ଗୁରୁତର ହେବାର ସମ୍ଭାବନା ତିନି ଗୁଣ ଅଧିକ ରହିଛି । ତଥାପି କେତେକଙ୍କ କ୍ଷେତ୍ରରେ ଏହି ଜୀବାଣୁ ପ୍ରବେଶ କରିବାକୁ କରିପାରିନଥାଏ । ବର୍ଦ୍ଧିତ ବିପଦ ପ୍ରଭାବର ଏକ ଅଂଶ ହୁଏତ କେୟାର ହାଉସରେ ଜୀବାଣୁଙ୍କର ଅଧିକ ମାତ୍ରାରେ ସଂସ୍ପର୍ଶରେ ଆସିଥାଇପାରେ । କୌଣସି ରୋଗ ପାଇଁ ଜିନର ଉପାଦନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଜର୍ନାଲ ଅଫ ଗେରୋଣ୍ଟୋଲୋଜିରେ ପ୍ରକାଶିତ ନୂଆ ଅଧ୍ୟୟନକୁ ଜଣାପଡିଛି ।