ଓଡିଶା

odisha

ETV Bharat / bharat

କୋରୋନା କାଳରେ ବଢିଛି ଅଫିସ ଫର୍ନିଚରର ଡିମାଣ୍ଡ - Demand for office furniture on rent due to 'work from home': expert

କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ୱାର୍କ ଫ୍ରମ ହୋମରେ ଅଛନ୍ତି ଅନେକ କର୍ମଚାରୀ । ସ୍ମାର୍ଟ ଫୋନଠୁ ଆରମ୍ଭ କରି ଲ୍ୟାପଟପ ଓ ଅନେକ ଇଲେକ୍ଟ୍ରୋନିକ ସାମଗ୍ରୀର ଚାହିଦା ବଢୁଥିବା ବେଳେ ଏକ ଅଧ୍ୟୟନରୁ ଜଣା ପଡିଛି ଯେ ଭଡାରେ ଅଫିସ ଫର୍ନିଚରର ମଧ୍ୟ ଚାହିଦା ବୃଦ୍ଧି ପାଇଛି ।

ୱାର୍କ ଫ୍ରମ ହୋମରେ ଭଡାରେ ଅଫିସ ଫର୍ନିଚରର ବଢୁଛି ଚାହିଦା
ୱାର୍କ ଫ୍ରମ ହୋମରେ ଭଡାରେ ଅଫିସ ଫର୍ନିଚରର ବଢୁଛି ଚାହିଦା

By

Published : Aug 24, 2020, 1:14 PM IST

ନୂଆଦିଲ୍ଲୀ:କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ୱାର୍କ ଫ୍ରମ ହୋମରେ ଅଛନ୍ତି ଅନେକ କର୍ମଚାରୀ । ସ୍ମାର୍ଟ ଫୋନଠୁ ଆରମ୍ଭ କରି ଲ୍ୟାପଟପ ଓ ଅନେକ ଇଲେକ୍ଟ୍ରୋନିକ ସାମଗ୍ରୀର ଚାହିଦା ବଢୁଥିବା ବେଳେ ଏକ ଅଧ୍ୟୟନରୁ ଜଣା ପଡିଛି ଯେ ଭଡାରେ ଅଫିସ ଫର୍ନିଚରର ମଧ୍ୟ ଚାହିଦା ବୃଦ୍ଧି ପାଇଛି ।

ଏନେଇ ଏକ କମ୍ପାନୀର ପ୍ରତିଷ୍ଠାତା କହିଛନ୍ତି ଯେ କର୍ମଚାରୀମାନେ ଘରୁ କାମ କରୁଥିବାବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକଙ୍କ ଘରେ ଅଫିସ ଭଳି ଆସବାବପତ୍ର ନାହିଁ । ଫଳରେ ଘରେ ବସି କାମ କରିବା ଅନେକଙ୍କ ପାଇଁ ଅତି କଷ୍ଟକର ହୋଇ ପଡିଛି । ତେବେ ସେ କହିଛନ୍ତି ଜୁନ ମାସରେ ପ୍ରଥମ ପର୍ଯ୍ୟାୟ ଅନଲକ୍‌ ଘୋଷଣା ହେବା ପରେ ଘରୁ କାମ କରିବା ପାଇଁ ଡେସ୍କର ଅନେକ ଚାହିଦା ବଢିଥିଲା । କିଛି ଲୋକ ଘର ଉପକରଣ ମଧ୍ୟ ଭଡାରେ ନେବା ପାଇଁ ଡିମାଣ୍ଡ କରୁଛନ୍ତି ।

ସେ କହିଛନ୍ତି ଯେ, ନୂତନ ଆସବାବପତ୍ର କିଣିବା ଅନେକ ଲୋକଙ୍କ ପାଇଁ ସମ୍ଭବ ନୁହେଁ, ତେଣୁ ଭଡା ପାଇଁ ସେମାନଙ୍କର ଚାହିଦା ବୃଦ୍ଧି ପାଇଛି । ନାଇଟ ଫ୍ରାଙ୍କକ ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, 70 ପ୍ରତିଶତରୁ ଅଧିକ କମ୍ପାନୀ ନିକ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 6 ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମର ନୀତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସର୍ବେକ୍ଷଣରେ ଏହା ମଧ୍ୟ କୁହାଯାଇଛି ଯେ ଘରୁ କାମ କମ୍ପାନୀର ଉତ୍ପାଦକତା ଉପରେ ପ୍ରଭାବ ପକାଇ ନାହିଁ।

ସିଟି ଫର୍ନିସର ପ୍ରତିଷ୍ଠାତା ତଥା ସିଇଓ ନିରାଭ ଜୈନ କହିଛନ୍ତି ଯେ ତାଙ୍କ କମ୍ପାନୀ ଟେବୁଲ, ଚେୟାର ଇତ୍ୟାଦି କାର୍ଯ୍ୟ ସମ୍ବନ୍ଧୀୟ ଜିନିଷଗୁଡ଼ିକର ଚାହିଦା ଅନୁଯାୟୀ 40% ବୃଦ୍ଧି ପାଇଛି । ଏହା ବ୍ୟତୀତ ଘର ଉପକରଣ, ଆରାମଦାୟକ ଚେୟାର, ଟେବୁଲ ଇତ୍ୟାଦିର ଚାହିଦା ମଧ୍ୟ ବଢୁଛି ବୋଲି ସେ କହିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details