ଓଡିଶା

odisha

ETV Bharat / bharat

ଓଡିଶାର ବନ୍ଦର ଓ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ଦାବି - odisha news in rajyasabha

ଓଡିଶାର ବନ୍ଦର, ଜାହାଜ କାରଖାନା ଓ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ଦାବି। ରାଜ୍ୟସଭାରେ ଏହି ଦାବି ଉଠାଇଛନ୍ତି ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ।

Ashwini Vaishnaw
ଓଡିଶାରେ ଅଧିକ ବନ୍ଦର ଓ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ଦାବି

By

Published : Dec 9, 2019, 5:55 PM IST

ନୂଆଦିଲ୍ଲୀ: ଓଡିଶାରେ ପାଖାପାଖି 450 କିଲୋମିଟର ସୁଦୀର୍ଘ ସାମୁଦ୍ରିକ ବେଳାଭୂମି ରହିଛି । ହେଲେ ମାତ୍ର 3ଟି ବନ୍ଦର ଅଛି। ଏଠାରେ ଅଧିକ ବନ୍ଦର କରିବା ସହ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ। ସେହିପରି ଏତେବଡ ସାମୁଦ୍ରିକ ବେଳାଭୂମି ଥିବାବେଳେ କୌଣସି ଗୋଟିଏ ବି ଜାହାଜ କାରଖାନା ନଥିବାରୁ ଜାହାଜ ତିଆରି ଓ ପୁନଃବ୍ୟବହାରଯୋଗ୍ୟ କାରଖାନା କରିବାକୁ ସେ ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ରାଜ୍ୟସଭାରେ ଜାହାଜ ପୁନଃ ବ୍ୟବହାରଯୋଗ୍ୟ ବିଧେୟକ ଉପରେ ଆଲୋଚନା କରି ସେ ଏ ପ୍ରସ୍ତାବ ଉଠାଇବା ସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହା ସହିତ ଓଡିଶାର ନୌବାଣିଜ୍ୟ ଇତିହାସ କଥା ଉଠାଇଛନ୍ତି ଅଶ୍ବିନୀ।

ABOUT THE AUTHOR

...view details