ନୂଆଦିଲ୍ଲୀ: ଦିଲ୍ଲୀର ଲୋକ ନାରାୟଣ ମେଡିକାଲରେ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କର ପ୍ରସ୍ତୁତି ଚାଲିଛି ଏବଂ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ସୋମବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ।
ଯେଉଁମାନେ ପ୍ଲାଜମା ଦାନ କରିବାକୁ ଚାହୁଁଛନ୍ତି ଆମେ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦେବାକୁ ଚାହୁଁଛୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଦିଲ୍ଲୀରେ ସୁସ୍ଥ ହାର ବୃଦ୍ଧି ଏବଂ କୋରୋନା ମାମଲା କମକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସିସୋଦିଆ କହିଛନ୍ତି , ଏହା ଦିଲ୍ଲୀ ପାଇଁ ଏକ ଗର୍ବର କଥା । ବର୍ତ୍ତମାନ ଦିଲ୍ଲୀର କୋରୋନା ସ୍ଥିତି ନିୟନ୍ତ୍ରଣ ରହିଛି ।