ନୂଆଦିଲ୍ଲୀ: ପୁଣିଥରେ ଖରାପ ସ୍ତରରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା । ଦିଲ୍ଲୀର ଆରକେ ପୁରମ, ଆନନ୍ଦ ବିହାର ଏବଂ ଅଶୋକ ବିହାର ସମେତ ଅନେକ ସ୍ଥାନରେ ସୋମବାର ବାୟୁର ଗୁଣବତ୍ତା ଖରାପ ଏବଂ ଅତ୍ୟନ୍ତ ଖରାପ ସ୍ତରରେ ଥିବା ରେକର୍ଡ କରାଯାଇଛି ।
ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା 'ଖରାପ'
ଦିଲ୍ଲୀର ଆରକେ ପୁରମ, ଆନନ୍ଦ ବିହାର ଏବଂ ଅଶୋକ ବିହାର ସମେତ ଅନେକ ସ୍ଥାନରେ ସୋମବାର ବାୟୁର ଗୁଣବତ୍ତା ଖରାପ ଏବଂ ଅତ୍ୟନ୍ତ ଖରାପ ସ୍ତରରେ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ସୋମବାର ସକାଳୁ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 294 ରେକର୍ଡ କରାଯାଇଛି । ସେହିପରି ଆରକେ ପୁରମରେ ଏକ୍ୟୁଆଇ 236, ଲୋଧି ରୋଡରେ 200, ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଏକ୍ୟୁଆଇ 243 ରେକର୍ଡ କରାଯାଇଛି । ଯାହା ଖରାପ ଏବଂ ଅତ୍ୟନ୍ତ ଖରାପ ବୋଲି ଧାର୍ଯ୍ୟ କରାଯାଏ ।
ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ।