ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଦିଲ୍ଲୀର ପରିବେଶ । ଦିଲ୍ଲୀରେ କମିବାର ନାଁ ନେଉନି ପ୍ରଦୂଷଣ । ବାୟୁ ପ୍ରଦୂଷଣ ପାଇଁ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ବାୟୁ ଗୁଣବତ୍ତା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗୁରୁବାର ବାୟୁରେ ସାମାନ୍ୟ ପ୍ରଦୂଷଣ ହ୍ରାସ ପାଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଗୁରୁବାର ଦିଲ୍ଲୀରେ 326 ରହିଛି ଏୟାର କ୍ବାଲିଟି ଇନଡେକ୍ସ(ଏକ୍ୟୁଆଇ)ମାନ । ହେଲେ ବି ଲୋକେମାନେ ବର୍ତ୍ତମାନ ଦୂଷିତ ବାୟୁକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ପ୍ରଦୂଷଣ ପାଇଁ ଦିଲ୍ଲୀ ପରିବେଶ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଛି ।
ଅତ୍ୟଧିକ ମାତ୍ରାରେ କୁହୁଡି ରହିଥିବାରୁ ରାସ୍ତାଘାଟ ମଧ୍ୟ ଠିକ ଭାବରେ ଦେଖାଯାଉନାହିଁ । ଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ପ୍ରାତଃ ଭ୍ରମଣରେ ଆସୁଥିବା ଲୋକେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ଦିଲ୍ଲୀବାସୀ । ତେବେ ଗତ ଦୁଇଦିନ ଅପେକ୍ଷା ଗୁରୁବାର ଦିଲ୍ଲୀ ବାୟୁରେ ସାମାନ୍ୟ ସୁଧାର ଆସିଛି ବୋଲି କହିଛନ୍ତି ସ୍ଥୀନୀୟ ବାସିନ୍ଦା ।
ବିଶେଷଜ୍ଞଙ୍କ ସୂଚନାଅନୁସାରେ, ବାୟୁ ଗୁଣବତ୍ତାର 0ରୁ50ମଧ୍ୟରେ ସୁରକ୍ଷିତ,51ରୁ 100ମଧ୍ୟରେ ସନ୍ତୋଷଜନକ,101ରୁ 200 ମଧ୍ୟମ ଧରଣ,201ରୁ300 ଖରାପ ହୋଇଥିବା ବେଳେ 400ରୁ 500 ଅତି ଗମ୍ଭୀର ବୋଲି ଜଣାପଡିଛି । ଗମ୍ଭୀର ବାୟୁ ସ୍ବାସ୍ଥୀଜନିତ ସମସ୍ୟା ଥିବା ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
@ANI