ଓଡିଶା

odisha

ETV Bharat / bharat

ଘନଉଛି ଦିଲ୍ଲୀ ବାୟୁ ପ୍ରଦୂଷଣର ମାତ୍ରା - Delhi's air quality again 'dangerous'

ଦିଲ୍ଲୀ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ଘନେଇବାରେ ଲାଗିଛି। ଫଳରେ ବ୍ୟାପକ ଭାବେ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖିବାକୁ ମିଳୁଛି। ଅଧିକ ପଢନ୍ତୁ...

ବାୟୁ ପ୍ରଦୂଷଣ
ଫଟୋ ସୌଜନ୍ୟ: IANS

By

Published : Dec 9, 2019, 5:09 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ବାୟୁ ପ୍ରଦୂଷଣ ଘନେଇବାରେ ଲାଗିଛି । ସୋମବାର ଏହା ଅତ୍ୟନ୍ତ ବିପଦଜନକ ସ୍ଥିତିରେ ପହଞ୍ଚିଛି । ସୋମବାର ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଦିଲ୍ଲୀର ବାୟୁମଣ୍ଡଳ ସ୍ତର 582 ରହିଥିଲା। ଯାହା ଅତ୍ୟନ୍ତ ଘାତକ । ଏହା ସହିତ ସମଗ୍ର ଦିଲ୍ଲୀର ବାୟୂମଣ୍ଡଳର ସ୍ତର 10 ପିଏମରୁ ଊର୍ଦ୍ଧ୍ବ ରହିଥିବା ଜଣାପଡିଛି। ସ୍ବାଭାବିକ ତଥା ସ୍ବଚ୍ଛ ବାୟୁମଣ୍ଡଳର ସ୍ତର 2.5 ପିଏମ ହୋଇଥିବା ବେଳେ ଏହା 10 ପିଏମକୁ ଟପି ଯାଉଛି । ଯାହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେଉଛି।


ଦିଲ୍ଲୀର ଉପନଗରୀ ନୋଏଡ଼ାରେ ବାୟୁମଣ୍ଡଳର ସ୍ତର 444 ରହିଥିବା ବେଳେ ଗୁରୁଗ୍ରାମରେ ଏହା 282 ରହିଛି। ନୋଏଡ଼ାରେ ଏହା ଘାତକ ସାବ୍ୟସ୍ତ ହୋଇଥିବା ବେଳେ ଗୁରୁଗ୍ରାମରେ ଏଥିରେ ସାମାନ୍ୟ ସୁଧାର ଆସିଛି। ଏକ ପାଣିପାଗ ବିଶେଷଜ୍ଞ ସଂସ୍ଥା ଏଭଳି ପାଣିପାଗରେ ଅଧିକ ସମୟ ବାହାରେ ନ ରହିବାକୁ କହିଛି । ଏହା ସହିତ କଠିନ ପରିଶ୍ରମ ନ କରିବାକୁ ମଧ୍ୟ ଉକ୍ତ ସଂସ୍ଥା ସୂଚନା ଦେଇଛି ।

ଏହା ସହିତ ଉକ୍ତ ପାଣିପାଗ ସଂସ୍ଥା ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଏହି ସମୟରେ ଅନେକ ରୋଗ ମଧ୍ୟ ଦେଖାଦେଉଛି । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା, ଶ୍ବାସରୋଗୀ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ନେବାକୁ ଉକ୍ତ ସଂସ୍ଥା ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି। ସେପଟେ ଉକ୍ତ ସଂସ୍ଥା ଅନୁମାନ କରିଛି ଯେ, ଅଧିକ ଥଣ୍ଡା କାରଣରୁ ବାୟୁମଣ୍ଡଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ମଧ୍ୟ ରହିଛି।

ABOUT THE AUTHOR

...view details