ଓଡିଶା

odisha

ETV Bharat / bharat

ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଯାଞ୍ଚ ହେବ ବାୟୁ ପ୍ରଦୂଷଣ - ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶ

ଆସନ୍ତା ଏକ ମାସ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣର ଯାଞ୍ଚ କରାଯିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ, ହରୟାଣା ଓ ଉତ୍ତରପ୍ରଦେଶକୁ ଏହି 3ଟି ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 2, 2019, 9:27 AM IST

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି । ଏନେଇ ସନ୍ତା ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବାୟୁ ପ୍ରଦୂଷଣର ତଦାରଖ କରାଯିବ ବୋଲି ଏନଜିଟି କହିଛନ୍ତି । ଏନେଇ ଦିଲ୍ଲୀ, ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଏନେଇ ଗୋଟିଏ ସପ୍ତାହ ମଧ୍ୟରେ ଏକ ସ୍ପେଶାଲ ସେଲ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।

ଉକ୍ତ ତିନି ରାଜ୍ୟରେ ଥିବା ଚାଷ ଜମିରେ ବିଭିନ୍ନ ପ୍ରକାର ଅଗ୍ନିକାଣ୍ଡ ଓ ସେଥିରୁ ବାହାରୁ ଥିବା ପାଉଁଶ ଗୁଣ୍ଡରୁ ବାୟୁ ପ୍ରଦୂଷଣ ବହୁଳ ମାତ୍ରାରେ ହେଉଛି ବୋଲି ଏନଜିଟି ପ୍ରକାଶ କରିଛନ୍ତି । ତେବେ ଏହାର ତଦାରଖ ପାଇଁ ବିଭିନ୍ନ ସ୍ତରରେ ସେଲ ଗଠନ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ସ୍ପେଶାଲ ସେଲ କାର୍ଯ୍ୟକୁ ତଦାରଖ କରିବାକୁ ଜିଲ୍ଲା ସ୍ତରରେ ମଧ୍ୟ ଏକ ସେଲ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସେଲ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସେଲ ଆସନ୍ତା ଗୋଟିଏ ମାସ ପାଇଁ ବାୟୁ ପ୍ରଦୂଷଣର ପ୍ରତ୍ୟେକ ଦିନ ପାଇଁ ତଦାରଖ କରାଯିବ । ଏହା ସହିତ ତଦାରଖ ପରେ ରିପୋର୍ଟକୁ ଓ୍ବେବସାଇଟରେ ଉପଲବ୍ଧ କରାଇବାକୁ ଏନଜିଟି ନିର୍ଦ୍ଦେଶ ଦେଇଛି । ଏନେଇ ଏନଜିଟି କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟର ଯୁଗ୍ମସଚିବ, ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶର କୃଷି ସଚିବଙ୍କ ନିକଟକୁ ମଧ୍ୟ ନୋଟିସ ଜାରି କରିଥିବା ଜଣାପଡ଼ିଛି ।

ତେବେ ବାୟୁ ପ୍ରଦୂଷଣ ନେଇ ଏନଜିଟି କହିଛି ଯେ, ଚାଷଜମିରେ ଶୁଖିଲା ବସ୍ତୁ, କାଠ, କୁଟା ବା ଛଣ ଜଳିବା ଦ୍ବାରା ବାୟୁରେ ଅଙ୍ଗାରକାମ୍ଳର ମାତ୍ରା 70 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ପ୍ରତି ବର୍ଷ ଅକ୍ଟୋବର ମାସରେ ଦିଲ୍ଲୀ, ପଞ୍ଜାବ ଓ ହରିଆଣାର ବାୟୁ ମାତ୍ରାଧିକ ଭାବେ ପ୍ରଦୂଷିତ ହୋଇଥାଏ । ତେବେ ଏହାର କାରଣ ଏହି ନିଆଁ ଜଳିବାକ କାରଣକୁ ଦର୍ଶାଇଛି ଏନଜିଟି ।

ସେପଟେ ଏହି ବାୟୁପ୍ରଦୂଷଣକୁ ନେଇ ଗତ 25 ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସେଥିରେ ଏନଜିଟି ମୁଖ୍ୟ ଏହି 3 ରାଜ୍ୟର ଚାଷୀଙ୍କୁ ଛଣ କାଟିବା ପାଇଁ 27020 ଯନ୍ତ୍ର ଦେବାକୁ ସ୍ଥିର କରାଯାଇଥିଲା । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ 6164 ମେସିନ ବଣ୍ଟା ଯାଇଥିବା ଜଣାପଡ଼ିଛି । ତେବେ ଏଥିରେ ଏନଜିଟି ଅସନ୍ତୋଷ ପ୍ରକାଶ କରିବା ସହିତ କଡ଼ା ପଦକ୍ଷେପ ନେବାକୁ ରାଜ୍ୟର ସଚିବ ମାନଙ୍କୁ କହିଛନ୍ତି ।

ସୂଚନା ଯୋଗ୍ୟ 2018 ମସିହାରେ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ଗୁରୁତର ରୂପ ନେଇଥିଲା । ଦିଲ୍ଲୀ ବାସିନ୍ଦାମାନଙ୍କୁ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏପରି ନିଶ୍ବାସ ଜନିତ ରୋଗରେ ମଧ୍ୟ ଅନେକେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details