ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରାଯାଇଛି । ଫଳରେ ଲୋକମାନେ ନିଜକୁ ଘରେ ଆବଦ୍ଧ କରି ଏହି ଭାଇରସ ସହ ଲଢେଇ ଜାରି ରଖିଛନ୍ତି । ଅନ୍ୟପକ୍ଷେ ଦକ୍ଷିଣ ଦିଲ୍ଲୀ ଛତ୍ରପୁର ସ୍ଥିତ ଫତେହପୁର ବେରୀର ଚନ୍ଦନ ହୋଲା ଅଞ୍ଚଳର ଲୋକେ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି ।
ଲକଡାଉନ: ଭୋକର ଭୂଗୋଳରେ ଦିଲ୍ଲୀ - delhi workers forced to die of hunger
ଦକ୍ଷିଣ ଦିଲ୍ଲୀ ଛତ୍ରପୁର ସ୍ଥିତ ଫତେହପୁର ବେରୀର ଚନ୍ଦନ ହୋଲା ଅଞ୍ଚଳର ଲୋକେ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି ।
![ଲକଡାଉନ: ଭୋକର ଭୂଗୋଳରେ ଦିଲ୍ଲୀ lockdown side effect](https://etvbharatimages.akamaized.net/etvbharat/prod-images/768-512-6546917-thumbnail-3x2-collagejpeg.jpg)
ଭୋକର ଭୂଗଳରେ ଦିଲ୍ଲୀ ହୋଲା ଅଞ୍ଚଳ
ଭୋକର ଭୂଗଳରେ ଦିଲ୍ଲୀ ହୋଲା ଅଞ୍ଚଳ
ତେବେ ଆଜିକୁ ଚାରି ଦିନ ଏହି ଅଞ୍ଚଳର ଲୋକମାନେ କିଛି ଖାଇନଥିବା କହିଛନ୍ତି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ସେମାନେ ସମସ୍ତେ ଦିନ ମଜୁରିଆ ଭାବେ କାମ କରି ନିଜ ପରିବାରର ପେଟ ପୋଷିଥାନ୍ତି । ଲକ ଡାଉନ ପରଠାରୁ ଯେତିକି ପଇସା ଥିଲା ସେହି ପଇସାରେ କଷ୍ଟେମଷ୍ଟେ ସେମାନେ ଦୁଇ ଦିନ ଚଳିଯାଇଥିଲେ । ମାତ୍ର ନା ଏବେ ଘରେ ଅଛି ଖାଇବା ଅଛି ନା ଚଳିବାକୁ ପଇସା । ଏଣୁ ସେମାନେ ଏଭଳି ସ୍ଥିତିରେ ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କୁ ଘରକୁ ପଠାଇବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ