ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ(DCW) ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ବୁଧବାର ସ୍ବାମୀ ତଥା ଆପ୍ ନେତା ନବୀନ ଜୟହିନ୍ଦଙ୍କ ଠାରୁ ଛାଡପତ୍ର ନେଇଛନ୍ତି । ଏହା ତାଙ୍କ ପାଇଁ ସବୁଠାରୁ ଅଧିକ ଦୁଃଖୁପୂର୍ଣ୍ଣ ଘଟଣା ଥିଲା ବୋଲି ଟ୍ବିଟ କରିଛନ୍ତି ।
ନିଜ ଟ୍ବିଟର ପେଜରେ ସେ ଛାଡପତ୍ରକୁ ନେଇ ଏକ ଭାବପ୍ରବଣ ଲେଖା ଲେଖିଛନ୍ତି । ଯେତେବେଳେ ପରୀମାନଙ୍କ କାହାଣୀ ସମାପ୍ତ ହୋଇଥାଏ ତାହା ସବୁଠାରୁ ମର୍ମଭେଦୀ କ୍ଷଣ ହୋଇଯାଏ । ଏବେ ମୋର ମଧ୍ୟ ପରୀ କାହାଣୀ ସମାପ୍ତ ହୋଇଛି । ‘ମୁଁ ଏବେ ନବୀନଙ୍କ ଠାରୁ ଛାଡପତ୍ର ନେଇସାରିଛି । ଅନେକ ସମୟରେ ଶ୍ରେଷ୍ଠ ଲୋକ ସାଥୀରେ ନଥାନ୍ତି ବୋଲି ସେ ଟ୍ବିଟରେ ଲେଖିଛନ୍ତି । ମୁଁ ସର୍ବଦା ତାଙ୍କୁ ମନେପକାଇବି ଓ ପ୍ରତ୍ୟେକ ଦିନ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଆମକୁ ଓ ଆମ ଭଳି ଅନେକଙ୍କୁ ଦୁଃଖ, କଷ୍ଟ ସହିବା ପାଇଁ ଶକ୍ତି ପ୍ରଦାନ କରିବେ ।