ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଦଙ୍ଗା ସମ୍ପର୍କରେ ପୋଲିସକୁ ନୋଟିସ ଜାରି କରିଛି । ଦିଲ୍ଲୀରେ ହିଂସା ସମୟରେ ଦିଲ୍ଲୀ ପୋଲିସର ହେଲ୍ପଲାଇନ ନମ୍ବରରେ ମହିଳା ଓ ଯୁବତୀମାନେ ଡାଏଲ କରିଥିଲେ କିନ୍ତୁ ପୋଲିସ କୌଣସି ପ୍ରକାର ସାହାଯ୍ୟ କରିନାହିଁ। ଏହାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ।
ଦିଲ୍ଲୀରେ ଦଙ୍ଗା ସମୟରେ ମହିଳା ଆୟୋଗ ହେଲ୍ପଲାଇନ ନଂ 181 ରେ ମହିଳା ଓ ଯୁବତୀମାନେ ଫୋନ କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସାହାଯ୍ୟ କରାଯାଇନାହିଁ । ମହିଳାଙ୍କ ସମସ୍ତ ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ଏକ ନୋଟିସ ଜାରି କରିଛନ୍ତି । ଏହା ସହିତ ଏପର୍ଯ୍ୟନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ।